ସମୀକ୍ଷା ବ୍ୟୁରୋ
ପ୍ରଧାନଶିକ୍ଷକଙ୍କୁ ପ୍ରବଳ ଛେଚିଲେ ଅଭିଭାବକ। ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ହସନପୁର ସେବାଶ୍ରମ ସ୍କୁଲରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ପ୍ରଧାନଶିକ୍ଷକଙ୍କ ଅନୈତିକ ସମ୍ପର୍କ ଥିବା ଅଭିଯୋଗକୁ ନେଇ ନିସ୍ତୁକ ମାରିଲେ ଛାତ୍ରଛାତ୍ରୀଙ୍କ ଅଭିଭାବକ। ଏହାପରେ ସମସ୍ତ ଛାତ୍ରଛାତ୍ରୀ ପ୍ରଧାନ ଶିକ୍ଷକଙ୍କ ବଦଳି ଦାବିରେ ସ୍କୁଲସାମ୍ନାରେ ଧାରଣାରେ ବସିଥିଲେ। ତୁରନ୍ତ ଖବର ପାଇ ଜିଲ୍ଲା ମଙ୍ଗଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ତଦାରଖ କରିଥିଲେ।। ଏବଂ ସେଠାରେ ସେ ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ବୁଝାସୁଝା କରିବା ସହ ଧାରଣରୁ ଓହୋରିବା ପାଇଁ ଅନୁରୋଧ କରିଥିଲେ। ଅଧିକାରୀ ଜଣଙ୍କ ଅଭିଯୁକ୍ତ ପ୍ରଧାନ ଶିକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଛାତ୍ରଛାତ୍ରୀଙ୍କୁ ପ୍ରତିଶୃତି ଦେଇଥିବାର ସୂଚନା ରହିଛି। ଏହା ସହିତ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ ବୋଲି କହିଛନ୍ତି।