ସମୀକ୍ଷା ବ୍ୟୁରୋ
ଦୁଇ ଦିନିଆ କୋରାପୁଟ ଗସ୍ତରେ ପୋଲିସ ଡିଜି ବି.କେ ଶର୍ମା। ଅପରାଧ ତଥା ମାଓ ପ୍ରଭାବିତ ଅଂଚଳ କୋରାପୁଟ ଓ ମାଲକାନଗିରିରେ ଜିଲ୍ଲାରେ ଆଇନ ଶୃଙ୍ଖଳା କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ସ୍ଥିତି ସମୀକ୍ଷା କରାଯିବ। କୋରାପୁଟରେ ଡିଆଇଜିଙ୍କ କାର୍ଯ୍ୟାଳୟରେ ଡିଜିଙ୍କ ଅଧ୍ୟକ୍ଷତାରେ ଏହି ବୈଠକର ଆଇନ ଶୃଙ୍ଖଳା, ଅପରାଧ, ମାଓ ମୁକାବିଲା ନେଇ ସ୍ଥିତି ସମୀକ୍ଷା କରାଯିବ। ଦକ୍ଷିଣ ପଞ୍ଚିମାଞ୍ଚଳ ରେଞ୍ଜର ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଏହି ବୈଠକ ବସିଛି। ମାଓ ଦମନ ଓ ଅପରାଧ ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ ପାଇଁ ଏହି ବୈଠକରେ ଆଲୋଚନା କରାଯାଇଛି। ଏହି ବୈଠକରେ କୋବ୍ରା, ବିଏସଏଫ, ସିଆରପିଏଫ ଓ ଓଡ଼ିଶା ପୋଲିସ ସାମିଲ ଅଛନ୍ତି।