ସମୀକ୍ଷା ବ୍ୟୁରୋ
ଭୁବନେଶ୍ବରରୁ ସିକନ୍ଦରାବାଦ ଯିବାବେଳେ ଦୁଇ ଭାଗ ହେଲା ଟ୍ରେନ୍। ଖୋର୍ଦ୍ଧା ବାଲୁଗାଁ ନିକଟରେ ବିଶାଖା ଏକ୍ସପ୍ରେସରୁ ଅଲଗା ହେଲା ଇଞ୍ଜିନ। ବଗି ସହ ଇଞ୍ଜିନ ଯୋଡ଼ାହେବା ପରେ ଘଣ୍ଟାଏ ବିଳମ୍ବରେ ଛାଡ଼ିଲା ଟ୍ରେନ୍। ପୁଣି ସୁବୁଦ୍ଧିପାଟଣା ଛକରେ ବଗିରୁ ଅଲଗା ହେଲା ଇଞ୍ଜିନ, ବଗି ସହ ଇଞ୍ଜିନ ଯୋଡ଼ାହେବା ପରେ ଛାଡ଼ିଲା ଟ୍ରେନ୍। ଏହି ଘଟଣାକୁ ସ୍ବୀକାର କରିଛନ୍ତି ପୂର୍ବତଟ ରେଲଓ୍ବେ କର୍ତ୍ତୃପକ୍ଷ। ଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଇଞ୍ଜିନ୍ ଅଲଗା ହୋଇଯାଇଥିବାର ରେଲ୍ଓ୍ବ କହିଛି। ତେବେ ଯାତ୍ରୀ ସୁରକ୍ଷିତ ରହିଛନ୍ତି, କାହାରି କିଛି କ୍ଷତି ହୋଇନଥିବାର ସୂଚନା ଦେଇଛି ରେଲ୍ଓ୍ବେ।