ସମୀକ୍ଷା ବ୍ୟୁରୋ
ରାୟଗଡ଼ା କଲ୍ୟାଣସିଂହପୁରରେ ଏକ ଅଘଟଣ ଘଟିଛି। ଦେଶୀ ମଦ ପିଇ ଜଣେ ବ୍ୟକ୍ତି ପ୍ରାଣ ହରାଇ ଥିବା ବେଳେ୨୦ରୁ ଅଧିକ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଛନ୍ତି। ତେବେ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ସୂଚନାନୁସାରେ, ରାୟଗଡ଼ା ଜିଲ୍ଲା କଲ୍ୟାଣସିହପୁର କତାଗୁଡ଼ା ଗାଁରେ ଗତକାଲି ରାତିରେ କିଛି ବ୍ୟକ୍ତି ଏକ ମଦ ଦୋକାନରୁ ଦେଶୀ ମଦ ପିଇଥିଲେ। ସେଠାରେ ଦେଶୀ ମଦ ପିଇ ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ। ମୃତକ ଜଣକ ହେଲେ ଢେପାଗୁଡ଼ା ଗାଁର। ସମସ୍ତ ଅସୁସ୍ଥଙ୍କୁ ଚିକିତ୍ସା ପାଇଁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ ବେହେରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।