Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଚ୍ଛିନ୍ନାଞ୍ଚଳରେ ଶିକ୍ଷକଙ୍କ ପାଇଁ ନିର୍ମାଣ ହେବ କ୍ଲଷ୍ଟର
ଆଜିର ଖବର

ବିଚ୍ଛିନ୍ନାଞ୍ଚଳରେ ଶିକ୍ଷକଙ୍କ ପାଇଁ ନିର୍ମାଣ ହେବ କ୍ଲଷ୍ଟର

November 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ବିଭିନ୍ନ ଜିଲ୍ଲାର ସ୍କୁଲ ପରିଦର୍ଶନ କରିବା ସହ ଶିକ୍ଷା ବ୍ୟବସ୍ଥାର ଅନିୟମିତତା ନେଇ କତ୍ତୃପକ୍ଷଙ୍କୁ ତାଗିଦ୍ କରୁଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ନିକଟରେ ସମୀର ଦାଶ ମାଲକାନାଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳ ସ୍କୁଲ ପରିଦର୍ଶନ କରିଥିଲେ। ସେଠାରେ ସରକାରୀ ସ୍କୁଲ ଓ ଶିକ୍ଷକମାନଙ୍କ ନାନା ସମସ୍ୟା ପରିଲକ୍ଷିତ କରି ବିଚ୍ଛିନ୍ନାଞ୍ଚଳରେ ଚିତ୍ରକୋଣ୍ଡା ଅଞ୍ଚଳରେ କ୍ଲଷ୍ଟର ତିଆରି ହେବ ବୋଲି ଘୋଷଣା କରିଛନ୍ତି। ସମୀର ଦାଶ କହିଛନ୍ତି ଯେ, ସ୍ଵାଭିମାନ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଘୋଷଣା କରିଥିଲେ। ସେଥିରୁ ଶିକ୍ଷାର ବିକାଶ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଆଧାରରେ ଶିକ୍ଷକଙ୍କ ପାଇଁ କ୍ଲଷ୍ଟର ତିଆରି ହେବ। ଶିକ୍ଷକମାନଙ୍କୁ ଯିବା ଆସିବାରେ ୬ ଘଣ୍ଟା ସମୟ ଲାଗୁଛି। ସେମାନଙ୍କୁ ରହିବା ପାଇଁ ସରକାରୀ କ୍ଵାର୍ଟର ଯୋଗାଇ ଦିଆଯିବ। ଗମନାଗମନରେ ଶିକ୍ଷକଙ୍କ ସମୟ ନଷ୍ଟ ହେବ ନାହିଁ। ଫଳରେ ସେମାନେ ଉଚିତ୍ ସମୟରେ ବିଦ୍ୟାଳୟକୁ ଆସି ଶିକ୍ଷାଦାନ କରିପାରିବେ। ତେଣୁ କ୍ଲଷ୍ଟରରେ ଆଠ ଦଶଟି କ୍ଵାର୍ଟର୍ସ ରହିବ। ୧୦ କୋଟି ଟଙ୍କା ବ୍ୟୟରେ ଖୁବଶୀଘ୍ର କ୍ଲଷ୍ଟର ନିର୍ମାଣ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଇମ୍ରାନ ଖାନ ଏବଂ ବୁଶରା ବିବିଙ୍କୁ ୧୭ ବର୍ଷ ଲେଖାଏଁ ଜେଲଦଣ୍ଡ, ପାକିସ୍ତାନ କୋର୍ଟଙ୍କ ରାୟ ଘୋଷଣା

December 20, 2025

ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର

December 20, 2025

ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ: ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

December 20, 2025

ହାତୀ ସହିତ ଧକ୍କା ହେଲା ରାଜଧାନୀ ଏକ୍ସପ୍ରେସ ଟ୍ରେନ: ଇଞ୍ଜିନ ସମେତ ଟି କୋଚ୍ ଲାଇନଚ୍ୟୁତ , ୮ଟି ହାତୀ ମୃତ

December 20, 2025
Latest News

ଇମ୍ରାନ ଖାନ ଏବଂ ବୁଶରା ବିବିଙ୍କୁ ୧୭ ବର୍ଷ ଲେଖାଏଁ ଜେଲଦଣ୍ଡ, ପାକିସ୍ତାନ କୋର୍ଟଙ୍କ ରାୟ ଘୋଷଣା

December 20, 2025

ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର

December 20, 2025

ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ: ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

December 20, 2025

ହାତୀ ସହିତ ଧକ୍କା ହେଲା ରାଜଧାନୀ ଏକ୍ସପ୍ରେସ ଟ୍ରେନ: ଇଞ୍ଜିନ ସମେତ ଟି କୋଚ୍ ଲାଇନଚ୍ୟୁତ , ୮ଟି ହାତୀ ମୃତ

December 20, 2025

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.