Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ବିଜ୍ଞାପତି ଅଞ୍ଚଳ ପରିଷଦର  ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ ସମାବେଶ ତଥା ଋଣ ମେଳା ଅନୁଷ୍ଠିତ
ଆଜିର ଖବର

ବାଣପୁର ବିଜ୍ଞାପତି ଅଞ୍ଚଳ ପରିଷଦର  ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ ସମାବେଶ ତଥା ଋଣ ମେଳା ଅନୁଷ୍ଠିତ

November 2, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜି ବାଣପୁରଠାରେ  ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ ସମାବେଶ ତଥା ଋଣ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ,  ସିଡିପିଓ  ବିଦ୍ୟୁତପ୍ରଭା ରଥ, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଜେନା, ଏନ୍‌ଏସି ପୂର୍ବତନ ଉପାଧ୍ୟକ୍ଷ ଦାଶରଥୀ ସାହୁ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ କୁମାର ପ୍ରଧାନ,  ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ବୈଠକକୁ ସଭାପତିତ୍ବ କରିଥିଲେ ପୂର୍ବତନ ଜିଲ୍ଲା ପରିଷଦ ଗୋପୀନାଥ ମହାରଣା। ଏହି ଅବସରରେ ମହିଳା ସଶକ୍ତିକରଣ ଯୋଜନା ଅନ୍ତର୍ଗତ ମହିଳାଙ୍କୁ ସ୍ବାବଲମ୍ବୀ ତଥା ସଶକ୍ତ ହେବା ପାଇଁ ଦିଆଯାଉଥିବା ଋଣ ତଥା ଟ୍ରେନିଂ ସମ୍ପର୍କରେ ଆଲୋକପାତ କରିଥିଲେ ଚିଲିକା ବିଧାୟକ । ନବୀନ ସରକାର ମିଶନ୍‌ ଶକ୍ତି ଜରିଆରେ ମହିଳାମାନଙ୍କୁ ସଶକ୍ତ ତଥା ସ୍ବାବଲମ୍ବୀ କରିବା ପାଇଁ ଏହି ଯୋଜନା ଜରିଆରେ ସାହାଯ୍ୟ ଓ ସହଯୋଗ କରି ଆସୁଛନ୍ତି। ଏହି ଯୋଜନା ଅଧୀନରେ ବନୀକରଣ, ମତ୍ସ୍ୟ ତଥା ପଶୁପାଳନ,  ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି, ଛତୁଆ ପ୍ରସ୍ତୁତି ଆଦି କାର୍ଯ୍ୟ କରି ନିଜକୁ ସ୍ବାବଲମ୍ବୀ କରିପାରୁଛନ୍ତି ମହିଳମାନେ।

ଏହି ବୈଠକରେ ସଫଳ ତଥା ଲାଭାନ୍ବିତ ଏସଏଚିଜି ଗ୍ରୁପ୍‌ମାନଙ୍କୁ ଅଧିକ ଋଣ ରାଶି ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି। ନୂତନ ଗ୍ରୁପ୍‌ମାନଙ୍କୁ ଏହି ଋଣ ଜରିଆରେ ନିଜର ଉନ୍ନତି ତଥା ସଫଳ ହେବା ପାଇଁ ଆହ୍ବାନ ଦିଆଯାଇଛି। ଆଜି ଏହି ଉତ୍ସବରେ ଶ୍ରୀମତୀ ରଥ ମହିଳାମାନଙ୍କୁ  ‘ମିଶନ ଶକ୍ତି’ ସମ୍ପର୍କରେ କହିବା ସହିତ ସ୍ବାବଲମ୍ବୀ ତଥା ସୁଦୃଢ ହେବା ପାଇଁ ଉଦ୍‌ବୋଧନ ଦେଇଛନ୍ତି। ଏହି ଯୋଜନା ଜରିଆରେ ପ୍ରଦାନ କରାଯାଉଥିବା ଋଣ ରାଶିକୁ ସଠିକ ବିନିଯୋଗ କରି ନିଜର ଉନ୍ନତି କରିବା ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ ଶ୍ରୀମତୀ ରଥ। ଏହି ବୈଠକରେ ବ୍ଲକ୍‌ ସଂଯୋଜକ, ବାର୍‌ ଆସୋସିଏନ୍‌ର ସମ୍ପାଦକ ଜଗନ୍ନାଥ ଭୋଳ, ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନିଆଲ୍‌, ସ୍ଥାନୀୟ ବ୍ୟାଙ୍କ ପ୍ରତିନିଧି ସମୂହ ଙ୍କ ସମେତ ୧୧୯ ଏସଏଚ୍‌ଜି ମହିଳା ଗ୍ରୁପ୍‌ର ଏକ ହଜାରରୁ ଉର୍ଦ୍ଧ୍ବ ମହିଳା ସଦସ୍ୟାମାନେ ଉପସ୍ଥିତ ରହିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026
Latest News

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.