ସାଉଥ୍ ସୁପରଷ୍ଟାର୍ ରଜନୀକାନ୍ତଙ୍କୁ ୫୦ତମ ଭାରତୀୟ ଅନ୍ତରାର୍ଷ୍ଟ୍ରୀୟ ଫିଲ୍ମ ମହୋତ୍ସବ (ଆଇଏଫଏଫଆଇ)ରେ ଆଇକନ ଅଫ୍ ଗୋଲଡେନ ଜୁବୁଲି ଆଓ୍ବାର୍ଡରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି । ଶନିବାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡ୍କର ଏହି ଘୋଷଣା କରିଛନ୍ତି। ଚଳିତ ଫିଲ୍ମ ମହୋତ୍ସବଟି ଗୋଆଠାରେ ଆସନ୍ତା ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତୀୟ ସିନେମାରେ ରଜନୀକାନ୍ତଙ୍କ ଉତ୍କୃଷ୍ଟ ଯୋଗଦାନ ପାଇଁ ରଜନୀକାନ୍ତଙ୍କୁ ଏହି ବିଶେଷ ସମ୍ମାନରେ ଆଇଏଫଏଫଆଇ ୨୦୧୯ରେ ସମ୍ମାନିତ କରାଯିବ। ଜାବେଦକର ଟ୍ଵିଟ୍ କରିବା ପରେ ରଜନୀକାନ୍ତ ରିଟ୍ଵିଟ୍ କରି ଏଥିପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତୀୟ ଚଳଚ୍ଚିତ୍ର ଜଗତରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ଏହି ଅଭିନେତା ଜଣକ। ଫିଲ୍ମ ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ବେସାମରିକ ସମ୍ମାନ ‘ପଦ୍ମଭୂଷଣ’ ଓ ‘ପଦ୍ମବିଭୂଷଣ’ରେ ସମ୍ମାନିତ ହୋଇଛନ୍ତି ରଜୀନକାନ୍ତ।