ପାଟନା- (ୟୁଏନଆଇ/ସମୀକ୍ଷା ବ୍ୟୁରୋ): ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗତକାଲି ସଂଧ୍ୟାରେ ଏକ ସୁଇମିଂ ପୁଲରେ ପାଳନ କରିଛନ୍ତି ଛତ୍ ପୂଜା। ଯାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ସାରା ବିହାର ବିଭିନ୍ନ ନଦୀପଠାରେ ଛତ୍ ପୂଜା କରିଥିବା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ କିପରି ସୁଇମିଂ ପୁଲରେ ପୂଜା କଲେ ତାହାକୁ ନେଇ ଉଠିଛି ପ୍ରଶ୍ନ ବାଚୀ। ମୁଖ୍ୟତଃ ଯେ କୌଣସି ଜଳାଶୟରେ ପୂଜା କରିବାର ବିଧି ରହିଛି। ହେଲେ ଯେଉଁଠାରେ ଏହା ଉପଲବ୍ଧ ନ ଥାଏ ସେଠାରେ କୃତ୍ରିମ ଜଳାଶୟରେ ପୂଜା କରିବାରେ କିଛି ଅସୁବିଧା ନାହିଁ। ହେଲେ ନୀତିଶ ନିଜ ପରିବାର ସହିତ ପାଟନାର ସରକାରୀ ବାସଗୃହର ସୁଇମିଂ ପୁଲରେ ଏହି ପୂଜା କରିଛନ୍ତି। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ବିହାରର ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀ, କେତେକ ମନ୍ତ୍ରୀ , ସରକାରୀ ଅଧିକାରୀ ପ୍ରମୁଖ ଏହି ପୂଜାରେ ସାମିଲ ହୋଇଥିଲେ।