କରଭଞ୍ଜ ଜିଲ୍ଲା କରଞ୍ଜିଆ ରେଂଜରେ ୨୨ଟିକିଆ ହାତୀପଲର ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ଅଂଚଳରେ ହାତୀପଲ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରିଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତ୍ରରେ ୨୨ଟିକିଆ ହାତୀପଲ କରଞ୍ଜିଆ ରେଂଜ ନିକଟବର୍ତୀ କିଛି ଗ୍ରାମରେ ପଶିଥିଲେ। ସେମାନେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଏପରିକି ପାଲବଣି ଜଙ୍ଗଲ ନିକଟରେ ଥିବା କିଛି ଚାଷଜମିରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଫଳରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ବନ ବିଭାଗ ଏ ଦିଗରେ ଯଥାଶୀଘ୍ର ଦୃଷ୍ଟି ଦେବା ସହ ହାତୀପଲଙ୍କୁ ଘଉଡାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।