ଦିପାବଳୀ ପରଠାରୁ ଦିଲ୍ଲୀର ପ୍ରଦୂଷଣ ମାତ୍ରା ଅତ୍ୟଧିକ ବଢିଯାଇଛି। ବାୟୁର ଗୁଣବତ୍ତା ଏବେ ଖରାପସ୍ଥିତିରେ ପହଞ୍ଚିଛି। ପ୍ରାୟ ଅଞ୍ଚଳରେ ଏୟାରକ୍ବାଲିଟି ଇଣ୍ଡେକ୍ସ ୯୦୦ ଉପରେ ପହଞ୍ଚିଛି। ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦ ଆଦି ଅଞ୍ଚଳରେ ବାୟୁ ଏବେ ପୂରା ବିଷ ପାଲଟିଯାଇଛି। ସେହିପରି ପଞ୍ଜାବ ଓ ହରିୟାଣାରେ ମଧ୍ୟ ସମାନ ଅବସ୍ଥା ଜାରି ରହିଛି। ଏହି ସମସ୍ୟାର ସମାଧାନ ପାଇଁ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ଦିଲ୍ଲୀର ପ୍ରଦୂଷଣର ମାତ୍ରା ଅତ୍ୟଧିକ ବଢିଯିବା ଯୋଗୁଁ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦିଆଯାଇଥିବାବେଳେ ସ୍କୁଲଗୁଡ଼ିକୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଛୁଟି କରାଯାଇଛି। ତେବେ ମିଳିଥିବା ସୂଚନା ଅନୁସାରେ ପ୍ରଦୂଷଣ ସ୍ତର ବଢିବା ପରେ ପରେ ଦିଲ୍ଲୀ ଏମସ୍ରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି।