Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ର ରାଜନୀତିରେ ନୂଆ ଟୁଇଷ୍ଟ୍‌ :  ଶିବସେନା ଓ ଏନ୍‌ସିପିର ମେସେଜ୍‌ ପଲିଟିକ୍ସ୍‌  
ଆଜିର ଖବର

ମହାରାଷ୍ଟ୍ର ରାଜନୀତିରେ ନୂଆ ଟୁଇଷ୍ଟ୍‌ :  ଶିବସେନା ଓ ଏନ୍‌ସିପିର ମେସେଜ୍‌ ପଲିଟିକ୍ସ୍‌  

November 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଅନିଶ୍ଚିତତା ତଥା ଛକାପଞ୍ଝା ଚାଲିଥିବାବେଳେ ଶିବସେନା ଓ ଏନ୍‌ସିପିର ମେସେଜ୍‌ ରାଜନୀତି ଏହି ବିଷୟକୁ ଆହୁରି ସରଗରମ କରୁଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ନେତା ଅଜିତ୍‌ ପାଓ୍ବାର କହିଛନ୍ତି ଯେ, ଶିବସେନାର ସଞ୍ଜୟ ରାଉତ ତାଙ୍କୁ ମେସେଜ୍‌ ପଠାଇଛନ୍ତି । ସଞ୍ଜୟ ରାଉତ ‘ଜୟ ମହାରାଷ୍ଟ୍ର’ର ଏକ ବାର୍ତ୍ତା ପଠାଇଛନ୍ତି । ସଞ୍ଜୟ ଶିବସେନା ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି ବୋଲି କହିଥିବାବେଳେ ଏବେ ଏନ୍‌ସିପିକୁ ମେସେଜ୍‌ ପଠାଇବା ନେଇ ନୂତନ ରାଜନୈତିକ ସମୀକରଣର ଆଭାସ ମିଳୁଛି । ଆସନ୍ତାକାଲି ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଓ କଂଗ୍ରେସର କାମଚଳା ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ମହାରାଷ୍ଟ୍ରର ସରକାର ଗଠନକୁ ନେଇ ଆଲୋଚନା କରାଯିବ । ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ହୋଇ ନିର୍ବାଚନକୁ ଓହ୍ଲାଇଥିବାବେଳେ କଂଗ୍ରେସ – ଏନ୍‌ସିପି ମଧ୍ୟ ମେଣ୍ଟ ହୋଇ ନିର୍ବାଚନ ମଇଦାନରେ ରହିଥିଲେ। ନିର୍ବାଚନରେ ବିଜେପି-ଶିବସେନା ବହୁମତ ପାଇଥିବାବେଳେ ଏହି ମେଣ୍ଟ ଭିତରେ ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀତ୍ବକୁ ନେଇ ବିବାଦ ଦେଖାଦେଇଛି। ଯାହାଫଳରେ ବିଜେପି ବହୁମତ ପାଇ ମଧ୍ୟ ସରକାର ଗଠନ କରିପାରୁନାହିଁ । ବିଜେପି ମ୍ୟାଜିକ୍‌ ନମ୍ବରଠାରୁ ବହୁ ଦୂରରେ ଥିବାବେଳେ ନିଜ ଜିଦ୍‌କୁ ଧରି ଅଡି ବସିଛି ଶିବସେନା।  ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଏକପ୍ରକାର ଦ୍ବନ୍ଦ୍ବ ଚାଲିଥିବାବେଳେ ଶିବସେନା–ଏନସିପିର ମେସେଜ୍‌  ପଲିଟିକ୍ସ ଏକ ନୂଆ ଟୁଇଷ୍ଟ ସୃଷ୍ଟି କରୁଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଇମ୍ରାନ ଖାନ ଏବଂ ବୁଶରା ବିବିଙ୍କୁ ୧୭ ବର୍ଷ ଲେଖାଏଁ ଜେଲଦଣ୍ଡ, ପାକିସ୍ତାନ କୋର୍ଟଙ୍କ ରାୟ ଘୋଷଣା

December 20, 2025

ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର

December 20, 2025

ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ: ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

December 20, 2025

ହାତୀ ସହିତ ଧକ୍କା ହେଲା ରାଜଧାନୀ ଏକ୍ସପ୍ରେସ ଟ୍ରେନ: ଇଞ୍ଜିନ ସମେତ ଟି କୋଚ୍ ଲାଇନଚ୍ୟୁତ , ୮ଟି ହାତୀ ମୃତ

December 20, 2025
Latest News

ଇମ୍ରାନ ଖାନ ଏବଂ ବୁଶରା ବିବିଙ୍କୁ ୧୭ ବର୍ଷ ଲେଖାଏଁ ଜେଲଦଣ୍ଡ, ପାକିସ୍ତାନ କୋର୍ଟଙ୍କ ରାୟ ଘୋଷଣା

December 20, 2025

ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର

December 20, 2025

ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ: ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

December 20, 2025

ହାତୀ ସହିତ ଧକ୍କା ହେଲା ରାଜଧାନୀ ଏକ୍ସପ୍ରେସ ଟ୍ରେନ: ଇଞ୍ଜିନ ସମେତ ଟି କୋଚ୍ ଲାଇନଚ୍ୟୁତ , ୮ଟି ହାତୀ ମୃତ

December 20, 2025

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.