Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ର ରାଜନୀତିରେ ନୂଆ ଟୁଇଷ୍ଟ୍‌ :  ଶିବସେନା ଓ ଏନ୍‌ସିପିର ମେସେଜ୍‌ ପଲିଟିକ୍ସ୍‌  
ଆଜିର ଖବର

ମହାରାଷ୍ଟ୍ର ରାଜନୀତିରେ ନୂଆ ଟୁଇଷ୍ଟ୍‌ :  ଶିବସେନା ଓ ଏନ୍‌ସିପିର ମେସେଜ୍‌ ପଲିଟିକ୍ସ୍‌  

November 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଅନିଶ୍ଚିତତା ତଥା ଛକାପଞ୍ଝା ଚାଲିଥିବାବେଳେ ଶିବସେନା ଓ ଏନ୍‌ସିପିର ମେସେଜ୍‌ ରାଜନୀତି ଏହି ବିଷୟକୁ ଆହୁରି ସରଗରମ କରୁଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ନେତା ଅଜିତ୍‌ ପାଓ୍ବାର କହିଛନ୍ତି ଯେ, ଶିବସେନାର ସଞ୍ଜୟ ରାଉତ ତାଙ୍କୁ ମେସେଜ୍‌ ପଠାଇଛନ୍ତି । ସଞ୍ଜୟ ରାଉତ ‘ଜୟ ମହାରାଷ୍ଟ୍ର’ର ଏକ ବାର୍ତ୍ତା ପଠାଇଛନ୍ତି । ସଞ୍ଜୟ ଶିବସେନା ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି ବୋଲି କହିଥିବାବେଳେ ଏବେ ଏନ୍‌ସିପିକୁ ମେସେଜ୍‌ ପଠାଇବା ନେଇ ନୂତନ ରାଜନୈତିକ ସମୀକରଣର ଆଭାସ ମିଳୁଛି । ଆସନ୍ତାକାଲି ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଓ କଂଗ୍ରେସର କାମଚଳା ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ମହାରାଷ୍ଟ୍ରର ସରକାର ଗଠନକୁ ନେଇ ଆଲୋଚନା କରାଯିବ । ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ହୋଇ ନିର୍ବାଚନକୁ ଓହ୍ଲାଇଥିବାବେଳେ କଂଗ୍ରେସ – ଏନ୍‌ସିପି ମଧ୍ୟ ମେଣ୍ଟ ହୋଇ ନିର୍ବାଚନ ମଇଦାନରେ ରହିଥିଲେ। ନିର୍ବାଚନରେ ବିଜେପି-ଶିବସେନା ବହୁମତ ପାଇଥିବାବେଳେ ଏହି ମେଣ୍ଟ ଭିତରେ ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀତ୍ବକୁ ନେଇ ବିବାଦ ଦେଖାଦେଇଛି। ଯାହାଫଳରେ ବିଜେପି ବହୁମତ ପାଇ ମଧ୍ୟ ସରକାର ଗଠନ କରିପାରୁନାହିଁ । ବିଜେପି ମ୍ୟାଜିକ୍‌ ନମ୍ବରଠାରୁ ବହୁ ଦୂରରେ ଥିବାବେଳେ ନିଜ ଜିଦ୍‌କୁ ଧରି ଅଡି ବସିଛି ଶିବସେନା।  ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଏକପ୍ରକାର ଦ୍ବନ୍ଦ୍ବ ଚାଲିଥିବାବେଳେ ଶିବସେନା–ଏନସିପିର ମେସେଜ୍‌  ପଲିଟିକ୍ସ ଏକ ନୂଆ ଟୁଇଷ୍ଟ ସୃଷ୍ଟି କରୁଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026
Latest News

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.