ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରାକୁ କମ୍ କରିବାକୁ ଯାଇ ସରକାରଙ୍କ ତରଫରୁ ଅଡ-ଇଭିନ ନମ୍ବର ପ୍ରଚଳନ ହୋଇଛି। ସୋମବାର ଇଭିନ୍ ନମ୍ବରର ଗାଡି ଚାଲୁଥିବା ବେଳେ ଭାଜପା ନେତା ବିଜୟ ଗୋୟଲ କିନ୍ତୁ ତାଙ୍କ ଅଡ୍ ନମ୍ବର ଗାଡିକୁ ନେଇ ଘରୁ ବାହାରିଥିଲେ। ଆଉ ଏହାପରେ ନିୟମ ଉଲ୍ଲଂଘନ କରିବାରୁ ତାଙ୍କ ଚାଲାଣ କଟାଯାଇଥିବା ସୂଚନା ମିଳିଛି। ଏହାପରେ ଗୋୟଲ ଅଭିଯୋଗ କରିଛନ୍ତି କି ଏହା କେଜରିଓ୍ବାଲ ସରକାରଙ୍କ ଏକ ପ୍ରକାର ପ୍ରଚାର। ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କେଜରିଓ୍ବାଲ ଏପରି କରିଛନ୍ତି। ଏହାପରେ ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାଶ ଗେହେଲଟ ଭାଜପା ନେତା ଗୋୟଲଙ୍କ ପାଖେ ପହଞ୍ଚି ତାଙ୍କୁ ଫୁଲତୋଡା ଓ ମାସ୍କ ଦେବା ସହ ଅଡ୍-ଇଭିନ ନମ୍ବରକୁ ନେଇ କଥା ହୋଇଥିଲେ। ଅଡ୍ଇଭିନ ଖିଲାପଧାରୀଙ୍କୁଠାରୁ ୪୦୦୦ ଟଙ୍କାର ଜରିମାନା ଆଦାୟ କରାଯାଉଛି। ଦିପାବଳୀ ପରଠାରୁ ଦିଲ୍ଲୀର ପ୍ରଦୂଷଣ ସ୍ତର ବହୁତ ବଢିଯାଇଛି। ଏଥିପାଇଁ ନିର୍ମାଣ କାର୍ଯ୍ୟ ରୋକାଯିବା ସହିତ ସ୍କୁଲ ଛୁଟି ମଧ୍ୟ କରାଯାଇଛି। ଆଜି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅଡ୍ ଇଭିନ୍ ପାଳନ କରିବାକୁ ଯାଇ ସାଇକେଲରେ ଯାତ୍ରା କରିଥିଲେ।