ଅର୍ଜୁନ କପୁର, ସଞ୍ଜୟ ଦତ୍ତ ଓ କୃତି ସାନୋନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ପାନୀପତ’ର ପୋଷ୍ଟର ସୋମବାର ସାମ୍ନାକୁ ଆସିଛି। ପୋଷ୍ଟର ମାଧ୍ୟମରେ ସଞ୍ଜୟ ଓ କୃତିଙ୍କ ଲୁକ୍କୁ ଦର୍ଶକଙ୍କ ସହ ପରିଚିତ କରାହୋଇଛି। ପୋଷ୍ଟରରେ ସଞ୍ଜୟ ଦତ୍ତ ଅହମଦ ଶାହ ଅବ୍ଦାଲୀ ଭୂମିକାରେ ଖୁବ୍ ପ୍ରଭାବଶାଳୀ ଲାଗୁଛନ୍ତି। ଅନ୍ୟ ପକ୍ଷରେ କୃତିଙ୍କ ପାରମ୍ପରିକ ଲୁକ୍ ଦେଖିବାକୁ ମିଳିଛି। କୃତି ପାର୍ବତୀ ବାଈ ଅବତାରରେ ନଜର ଆସିଛନ୍ତି। ଆଶୁତୋଷ ଗୋୱାରିକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଡିସେମ୍ବର ୬ ତାରିଖରେ ପରଦାକୁ ଆସିବ। ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ଅର୍ଜୁନ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମର ଟ୍ରେଲର୍ଟି ମଙ୍ଗଳବାର ଦିନ ରିଲିଜ୍ ହେବ ବୋଲି ସୂଚନା ରହିଛି ।