ଚଳିତ ବର୍ଷ ସାରା ରାଜ୍ୟରେ ଏକକ ଷାଣ୍ମାସିକ ପରିକ୍ଷା ଅନୁଷ୍ଠିତ ହୋଇଥିଲା । କିନ୍ତୁ ଏହି ପରୀକ୍ଷାରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଥିଲା । କେତେକ ସ୍ଥାନରେ ପ୍ରଶ୍ନପତ୍ର ଅଭାବରୁ କଳାପଟାରେ ପ୍ରଶ୍ନ ଲେଖାଯାଇଥିଲା । ଏହି ତ୍ରୁଟିର ତଦନ୍ତ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି । ଆଜି ଗଣ ଶିକ୍ଷା ବିଭାଗର ଆୟୋଜିତ ଏକ ବୈଠକରେ ସମସ୍ତ ତ୍ରୁଟିର ସମୀକ୍ଷା ପରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଗଣଶିକ୍ଷା ସଚିବ ତଥା କମିଶନରଙ୍କୁ ଦାୟିତ୍ୱ ଦିଆଯାଇଛି । ଏପରିକି୧୫ ଦିନ ମଧ୍ୟରେ ତଦନ୍ତ ଶେଷ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।