Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଆଖିରୁ ଲୁହ ଝରେଇଲା ପିଆଜ, ୧୦୦ ଟଙ୍କା ପ୍ରତି କିଲୋ
ଆଜିର ଖବର

ପୁଣି ଆଖିରୁ ଲୁହ ଝରେଇଲା ପିଆଜ, ୧୦୦ ଟଙ୍କା ପ୍ରତି କିଲୋ

November 6, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ପିଆଜ କିଲୋ ସତୁରୀ, ପୋଟଳ କିଲୋ ଶହେ ଟଙ୍କା, ତ କଣ ହୋଇଗଲା ସେଇଠୁ, ଦେଶ ଠିକ ଚାଲିଛି!! 

ପିଆଜ ଦାମ ଏବେ ଆକାଶଛୁଆଁ ହୋଇଛି । ଦିଲ୍ଲୀର ଖୁଦ୍ରା ବଜାରରେ ପିଆର ଦର ୧୦୦ ଟଙ୍କା ପ୍ରତି କିଲୋ ପହଞ୍ଚିଛି ।  ପିଆଜର ଆକାଶଛୁଆଁ ଦର ସମସ୍ତଙ୍କୁ ଏବେ କନ୍ଦେଇବା ଆରମ୍ଭ କରିଛି । ବେପାରୀଙ୍କ ମୁତାବକ ପିଆଜର ଦର ୧୨୦ ଟଙ୍କା ପ୍ରତି କିଲୋରେ ପହଞ୍ଚିଛି । କେନ୍ଦ୍ରୀୟ ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶଓ୍ବାନ କହିଛନ୍ତି ଯେ, ଗତବର୍ଷ ତୁଳନାରୁ ପିଆଜର ଉତ୍ପାଦନ ୪୦ ପ୍ରତିଶତ କମିଛି । ଅନ୍ୟ ରାଜ୍ୟଗୁଡ଼ିକରେ ପିଆଜ କିଲୋ ପ୍ରତି ୮୦ରୁ ୯୦ ଟଙ୍କା ରହିଛି । ଗତ ୪ ବର୍ଷ ମଧ୍ୟରେ ପିଆଜ ଦର ସର୍ବାଧିକ ବୃଦ୍ଧିରେ ପହଞ୍ଚିଛି । ଅଗଷ୍ଟ ମାସରେ ଏହାର କିଲୋ ପ୍ରତି ୧୩ଟଙ୍କା ରହିଥିବାବେଳେ ଚଳିତ ମାସରେ ଏହା ୧୦୦ଟଙ୍କାରେ ପହଞ୍ଚିଛି । ପିଆଜ ଉତ୍ପାଦନ କମ୍‌ ହେବା କାରଣରୁ ପିଆଜ ଦରରେ ବୃଦ୍ଧି ଘଟିଛି । ବର୍ଷା ଓ ବନ୍ୟା ଯୋଗୁଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ପିଆଜ ଫସଲ ବିଶେଷ ପ୍ରଭାବିତ ହୋଇଛି ।  ତେବେ ପିଆଜ ଦର ନିୟନ୍ତ୍ରଣ ପାଇଁ ପିଆଜ ରପ୍ତାନୀ ଉପରେ ରୋକ୍‌ ଲଗାଇଛନ୍ତି । ପିଆଜର ଅଭାବ ଦୂର କରିବା ଲାଗି ଇରାନ, ତୁର୍କୀ ଓ ଅନ୍ୟ ଦେଶରୁ ପିଆଜର ଆମଦାନୀ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଦେଶରେ ପିଆଜ ଅଭାବ ଓ ଦରବୃଦ୍ଧି ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ନେଇଛନ୍ତି  ୪ଟି ଦେଶରୁ ପିଆଜ ଆମଦାନୀ କରିବ ଖାଉଟି ବ୍ୟାପାର ବିଭାଗ ତରଫରୁ ସୂଚନା ରହିଛି ।  ଆଫଗାନିସ୍ତାନ, ଇଜିପ୍ଟ, ତୁର୍କୀ ଓ ଇରାନରୁ ପିଆଜ ଅଣାଯିବ ବୋଲି କହିଛନ୍ତି ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶଓ୍ବାନ ।

Share. Facebook Twitter LinkedIn Email WhatsApp Copy Link

Related Posts

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026
Latest News

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.