ଭୁବନେଶ୍ବର ( ସମୀକ୍ଷା ବ୍ୟୁରୋ ) : ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମନ୍ଦିର ଭିତରେ ହେଉଥିବା ମହାପ୍ରଭୁଙ୍କ ଦାମୋଦର ବେଶର ଫଟୋ ଭାଇରାଲ ହୋଇଛି । ପ୍ରଦୀପ୍ତ ପାତ୍ର ନାମକ ବ୍ୟକ୍ତିଙ୍କ ଫେସବୁକ୍ ଆକାଉଣ୍ଟରୁ ଏହି ଫଟୋ ଭାଇରାଲ ହୋଇଛି । ଏହି ଫଟୋ ଭାଇରାଲ୍ ହେବା ପରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏହି ଫଟୋଟି ପ୍ରକୃତରେ ଲିଙ୍ଗରାଜ ମନ୍ଦିରର କି ଅନ୍ୟ କୌଣସି ସ୍ଥାନରେ ତାହା ବର୍ତ୍ତମାନ ଜଣାପଡି ନାହିଁ। ଫେସବୁକରେ ଥିବା ଏହି ଫଟୋଟି ଲିଙ୍ଗରାଜ ମନ୍ଦିରର ବୋଲି ଦାବୀ କରାଯାଇଥିଲେ ମଧ୍ୟ ପ୍ରକୃତରେ ଏହି ଫଟୋଟି କେଉଁଠାରେ ତାହା ତଦନ୍ତ କରିବାର ଆବଶ୍ୟକ ମଧ୍ୟ ରହିଛି।