ଜନୈକ ନାବାଳିକା ଦୁଷ୍କର୍ମକାରୀଙ୍କ ଫାଶୀ ଦଣ୍ଡାଦେଶ କାଏମ ରଖିଛନ୍ତି । 2010 ମସିହାରେ ଅଭିଯୁକ୍ତ ମନୋହରନ ଜଣେ ନାବାଳିକା ଏବଂ ତାଙ୍କ ଭାଇକୁ ଦୁଷ୍କର୍ମ ଓ ହତ୍ୟା କରିଥିଲେ । ଜଷ୍ଟିସ ଆରଏଫ୍ ନରିମାନ୍, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ସଞ୍ଜୀବ ଖନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଭିଯୁକ୍ତଙ୍କ ଆବେଦନକୁ 2-1 ଆଧାରରେ ଖାରଜ କରିଦେଇଥିଲେ । ଦୁଷ୍କର୍ମକାରୀଙ୍କୁ କ୍ଷମା ପ୍ରଦାନ କରାଯିବ ନାହିଁ ବୋଲି ଜଷ୍ଟିସ ନରିମାନ ପ୍ରକାଶ କରିଥିଲେ । ଜଷ୍ଟିସ ନରିମାନ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ଆବେଦନ ବିପକ୍ଷରେ ଭୋଟ କରିଥିବା ବେଳେ ସଞ୍ଜୀବ ଖନ୍ନା ଆଜୀବନ କାରାଦଣ୍ଡ ସପକ୍ଷରେ ମତ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର 29, 2010ରେ ସ୍କୁଲ ଯାଉଥିବା ରାସ୍ତାରେ ଦୁଇ ଭାଇ ଭଉଣୀଙ୍କୁ ଅପହରଣ କରି ମନୋହରନ ଏବଂ ମୋହନ କ୍ରିଷ୍ଣା ଦୁଷ୍କର୍ମ ଏବଂ ହତ୍ୟା କରିଥିଲେ । ମୋହନ କ୍ରିଷ୍ଣା ଏକ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ବେଳେ ମାଡ୍ରାସ ହାଇକୋର୍ଟ ମନୋହରନଙ୍କୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ ।