ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଦୁଇ ଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ସମ୍ଭାବ୍ୟ ବାତ୍ୟା ‘ବୁଲ୍ ବୁଲ୍’ ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରପଡା ଓ ପୁରୀରେ ଦୁଇଦିନ ଜିଲ୍ଲାର ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତା ୮ ଓ ୯ ତାରିଖ ଦୁଇଦିନକୁ ଛୁଟି ଦିଆଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ସାଇକ୍ଲୋନିକ ଷ୍ଟର୍ମ ‘ବୁଲବୁଲ୍’ ଏବେ ପାରାଦୀପଠାରୁ ୭୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ସ୍କୁଲ ସହ ଅଙ୍ଗନଓ୍ବାଡିଗୁଡ଼ିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କଲେ ଜିଲ୍ଲାପାଳ । ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇଛି ।