ଆଜି ବିଧାନସଭା ଗୃହ କମିଟିରେ ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ଗୃହବିଭାଗକୁ କହି କୋଟିଆରେ ତୁରନ୍ତ ଥାନା ପ୍ରତିଷ୍ଠା କରାଯିବ । ରାଜ୍ୟ ସୀମାର ୫କିମି ଭିତରେ କୈାଣସି ଅନୁଷ୍ଠାନ ବନ୍ଦ ହେବନି । କୈାଣସି ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ ନାହିଁ । ସୀମାବର୍ତ୍ତୀ ଅନୁଷ୍ଠାନର ଉନ୍ନତୀକରଣ ପାଇଁ ସରକାର ଚେଷ୍ଟା କରିବେ । ସୀମାନ୍ତ ଅଂଚଳର ଲଘୁ ଖଣିଜ ପଦାର୍ଥର ସୁପରିଚାଳନା କରାଯିବ ବୋଲି ଆଜି ବୈଠକରେ ଆଲୋଚନା ହୋଇଛି । ରାଜସ୍ୱ ବିଭାଗର ବୈଠକ ପରେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ । ଗଜପତିର ୧୬ ଏବଂ ଗଞ୍ଜାମର ୧୩ବିବାଦୀୟ ଗାଁ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ରାସ୍ତାଘାଟ ଓ ଅନ୍ୟ ସମସ୍ୟାର ଆଞ୍ଚଳିକ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକ ଶେଷ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏନେଇ ସୂଚନା ଦେଇଛନ୍ତି ।