ଭୟଙ୍କର ରୂପ ନେଉଛି ବାତ୍ୟା ‘ବୁଲ୍ବୁଲ୍’ । ଆଜି ସକାଳ 5.30ରୁ ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇଥିବା ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି । ପାରାଦୀପଠାରୁ ପ୍ରାୟ 390 କିମି ଦୂରରେ କେନ୍ଦ୍ରୀଭୂତ ‘ବୁଲ୍ବୁଲ୍’ ଏବେ ଘଣ୍ଟା ପ୍ରତି 10 କିଲୋମିଟର ବେଗରେ ଗତି କରୁଛି । 10 ତାରିଖରେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି 100ରୁ 110 କି.ମି. ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅନ୍ୟପକ୍ଷରେ ବାତ୍ୟା ‘ବୁଲ୍ବୁଲ୍’ ପ୍ରଭାବରେ ଆଜିଠୁ ଉପକୂଳ ଓଡ଼ିଶାର କିଛି ଅଂଶରେ ବର୍ଷା ଆରମ୍ଭ ହୋଇଯାଇଛି ।