ଇରାନ୍ରେ ଏକ 5.9 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପରେ 5 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଶତାଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଇରାନ୍ର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଏହି ଭୂକମ୍ପ ସଙ୍ଗଠିତ ହୋଇଥିଲା । ଆଜରବୈଜାନ୍ରୁ 118 କିମି ଦୂର ତାବ୍ରିଜ୍ ସହରରେ ସକାଳେ ଏହି ଭୂକମ୍ପ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭିକ ଭୂକମ୍ପର ତୀବ୍ରତା 4.1ରୁ 4.8 ମଧ୍ୟରେ ରହିଥିଲା । ଏକାଧିକ ଘର ଭୁଷୁଡି ପଡିଥିବା ବେଳେ ଆହତ ଏବଂ ମୃତକଙ୍କ ସଂଖ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଇରାନ୍ ସରକାରଙ୍କ ପକ୍ଷରୁ 8ଟି ସହାୟତା କେନ୍ଦ୍ର ସ୍ଥାପନ କରାଯାଇ ଆହତ ମାନଙ୍କ ସହାୟତା କରାଯାଉଛି ।