ସମୀକ୍ଷା ବ୍ୟୁରୋ
ବାଣପୁର ବିଜ୍ଞାପିତ ଅଞ୍ଚଳର ବଡ଼ହନ୍ତୁଆଡ ଗ୍ରାମରେ ଏକ ଷଣ୍ଢର ବିଦ୍ୟୁତ ଆଘାତରେ ମୃତ ଘଟିଛି । ୧୫ ଦିନ ହେବ ଷ୍ଟ୍ରିଟ୍ ଲାଇଟ୍ର ଏକ ତାର ଛିଣ୍ଡି ରାସ୍ତା ପାର୍ଶ୍ବରେ ପଡ଼ିଥିବାବେଳେ ଆଜି ଏକ ଷଣ୍ଢ ତାର ସ୍ପଂସ୍ପର୍ଶରେ ଆସିବାର ମୃତ୍ୟୁ ହୋଇଛି । ଷ୍ଟ୍ରିଟ୍ଲାଇଟ୍ର ତାର ଛିଣ୍ଡିବାକୁ ନେଇ ଗ୍ରାମବାସୀ ବିଜ୍ଞାପିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କୁ ଏବଂ ବିଦ୍ୟୁତ ବିଭାଗକୁ ଅଭିଯୋଗ କରୁଥିଲେ ମଧ୍ୟ ବିଦ୍ୟୁତ ବିଭାଗ ଏନେଇ କୌଣସି ଅଭିଯୋଗକୁ କର୍ଣ୍ଣପାତ କରୁନଥିଲେ । ଯାହାଫଳରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏହାକୁ ନେଇ ଗ୍ରାମବାସୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।