କେନ୍ଦ୍ର ସରକାର ଶୁକ୍ରବାର ଦିନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ସାଂସଦ ରାହୁଲ ଗାନ୍ଧି ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଏସପିଜି ସୁରକ୍ଷା ହଟାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗୃହ ମନ୍ତ୍ରାଳୟର ସୁରକ୍ଷା ସମୀକ୍ଷା କମିଟିର ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏବେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଏବେ ଏହି ଏସପିଜି ସୁରକ୍ଷା ରହିବ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗାନ୍ଧୀ ପରିବାରକୁ ମିଳିଥିବା ଏପିଜି ସୁରକ୍ଷାକୁ ହଟାଯାଇଛି। ସମ୍ୱାଦ ସରବରାହ ସଂସ୍ଥା ଏଏନଆଇ ଅନୁସାରେ ଏବେ କଂଗ୍ରେସର ଏହି ତିନି ନେତାଙ୍କୁ ଜେଡ୍+ ସୁରକ୍ଷା ପ୍ରଦାନ କରାଯିବ। ଏସପିଜି ସୁରକ୍ଷା ଉଠାଯିବା ପରେ ଏବେ ଜେଡ୍+ ଶ୍ରେଣୀ ସୁରକ୍ଷା ଯୋଗଇଦିଆଯିବ ଏବଂ ସିଆପିଏଫର କମାଣ୍ଡୋ ସୁରକ୍ଷାରେ ନିୟୋଜିତ ହେବେ। ଏବେ ଏସପିଜି ସୁରକ୍ଷା କେବେଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ରହିବ। ଏହା ପୂର୍ବରୁ ଏସପିଜି ସୁରକ୍ଷା କେବଳ ଚାରି ଜଣଙ୍କୁ ଦିଆଯାଉଥିଲା, ଯେଉଁଥିରେ ପିଏମ ମୋଦିଙ୍କ ସହ କଂଗ୍ରେସ ଏହି ତିନି ଜଣ ନେତା ସାମିଲ ଥିଲେ। ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଠାରୁ ଏସପିଜି ସୁରକ୍ଷା ହଟାଇ ସିଆରପିଏଫର ଜେଡ୍+ ସୁରକ୍ଷା ଶ୍ରେଣୀରେ ସାମିଲ କରାଯାଇଥିଲା।