ଓଡ଼ିଶା ହାଇକୋର୍ଟରେ ଆଜି ନୂତନ ବିଚାରପତି ଭାବେ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ଶପଥ ନେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ କାଭେରୀ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟଙ୍କୁ ଶପଥ ପାଠ କରାଇଛନ୍ତି। ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ନୂଆ ବିଚାରପତି ଭାବେ ନିଯୁକ୍ତି ପରେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କୁ ମିଶାଇ ବିଚାରପତି ସଂଖ୍ୟା ୧୫ରେ ପହଂଚିଛି । ଓଡ଼ିଶା ହାଇକୋର୍ଟରେ କମ ସଂଖ୍ୟକ ବିଚାରପତି ଥିବାରୁ ନ୍ୟାୟିକ ପ୍ରକ୍ରିୟାରେ ବାଧା ଉପୁଜୁଛି।