ରାଜ୍ୟ ସରକାର ୫ଟି ବିଶେଷ ଗୁରୁତ୍ବ ଦେଉଛନ୍ତି । ଲୋକ କଲ୍ୟାଣ ପାଇଁ ହିଁ ରାଜ୍ୟ ସରକାରଙ୍କ ସମସ୍ତ ବିକାଶ କାର୍ଯ୍ୟକ୍ରମ କରୁଛନ୍ତି । ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ସରକାର ସବୁବେଳେ ଚେଷ୍ଟାରତ । ୫ମ ପାଳିର ନବୀନ ସରକାର ୫ଟି ମନ୍ତ୍ର ଉପରେ ଫୋକସ୍ କରିବା କରିଛନ୍ତି । ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମୱର୍କ, ଟ୍ରାନ୍ସଫରମେସନ ଓ ଟାଇମ ଉପରେ ଗୁରୁତ୍ୱ ଆବଶ୍ୟକ ବୋଲି ନବୀନ କହିଛନ୍ତି । ଏହି ୫ଟି ମନ୍ତ୍ରକୁ ଆଧାର କରି କାମ କଲେ ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ ପଟ୍ଟନାୟକ ମୋ ସରକାର କାର୍ଯ୍ୟକ୍ରମର ପ୍ରଚଳନ ପରେ ସରକାରୀ କର୍ମଚାରୀ ଉଲ୍ଲେଖନୀୟ କାର୍ଯ୍ୟ କଲେ ପଦୋନ୍ନତି ମିଳିବ ବୋଲି ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ପୋଲିସ୍ ଡିଜି ବିଜୟ କୁମାର ଶର୍ମା ମଧ୍ୟ ୫ଟିର ସଫଳ ରୂପାୟନ ଓ ଉତ୍ତମ ଆଚରଣ କରିବା ଦ୍ବାରା ପୁରସ୍କାର ମିଳିବ ବୋଲି କହିଛନ୍ତି। ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ କଲେ ବିଦେଶ ଗସ୍ତ କରିବା ସହିତ ଡବଲ ପଦୋନ୍ନତି ଓ ଆର୍ଥିକ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି।