ଦୀର୍ଘ 70 ବର୍ଷର ଆଇନଗତ ବିବାଦ ପରେ ଆଜି ରାମ ଜନ୍ମଭୂମି ମାମଲାର ରାୟ ପ୍ରକାଶ ପାଇବାକୁ ଯାଉଥିବା ବେଳେ ଏହାକୁ ନେଇ ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଶନିବାର 10.30 ମିନିଟ୍ ସମୟରେ ମାମଲାର ରାୟ ପ୍ରକାଶ ପାଇବାକୁ ଯାଉଥିବାରୁ ଅଯୋଧ୍ୟାରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି । ଅଯୋଧ୍ୟାରେ ଧାରା 144 ଲାଗୁ କରାଯାଇ ପୋଲିସ୍ ଛାଉଣୀରେ ପରିଣତ କରାଯାଇଥିବା ବେଳେ ଆଗ୍ରା ଏବଂ ଆଲିଗଡରେ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି । ସେହିପରି ଉତ୍ତର ପ୍ରଦେଶ-ନେପାଳ ସୀମାକୁ ମଧ୍ୟ ସିଲ୍ କରି ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ସମେତ ଓଡିଶା ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରିୟଙ୍କା ଗାନ୍ଧୀ ଏବଂ ମୋହନ ଭାଗବତ ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି ।