ଆଜି ରାମ ଜନ୍ମଭୂମି ମାମଲା ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଥିବା ବେଳେ ଏହି ରାୟକୁ ବିଜେପିକୁ ଆକ୍ରମଣ କରିଛି ଶିବସେନା । ସୁପ୍ରିମ୍କୋର୍ଟ ରାମ ମନ୍ଦିର ନିର୍ମାଣ ନେଇ ସବୁଜ ସଙ୍କେତ ପ୍ରଦାନ କରିଥିବା ବେଳେ ଏହାର ଶ୍ରେୟ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରକୁ ପ୍ରଦାନ କରାଯିବା ଅନୁଚିତ ବୋଲି ଠାକରେ କହିଛନ୍ତି । ପୂର୍ବରୁ ଶିବସେନା ପକ୍ଷରୁ ଏକ ସ୍ବତନ୍ତ୍ର ନିୟମ ଅଣାଯାଇ ମନ୍ଦିର ନିର୍ମାଣର ପ୍ରସ୍ତାବ ରଖାଯାଇଥିଲା ମାତ୍ର ବିଜେପି ସରକାର ଉକ୍ତ ପ୍ରସ୍ତାବକୁ ନେଇ ନୀରବ ରହିଥିଲେ । ତେଣୁ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ଏହାର ଶ୍ରେୟ ବିଜେପି ସରକାର ନେଇ ପାରିବେ ନାହିଁ ବୋଲି ଠାକ୍ରେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଜିର ନିଷ୍ପତ୍ତିରେ କୋର୍ଟ ବିବାଦୀୟ ଜମିକୁ ରାମ ମନ୍ଦିର ନିର୍ମାଣ ପାଇଁ ଛାଡିଥିବା ବେଳେ ମସ୍ଜିଦ୍ ନିର୍ମାଣ ପାଇଁ ଅଯୋଧ୍ୟାରେ 5 ଏକର ଜମି ପ୍ରଦାନ ନିଷ୍ପତ୍ତି ନେଇଛନ୍ତି ।