ବେନ୍ ଆଫ୍ଲେକ୍ଙ୍କ ଫ୍ୟାନ୍ ମାନଙ୍କ ପାଇଁ ଖୁସି ଖବର । ନିକଟରେ ଡିସିର ସୁପରହିରୋ କମିକ୍ ଚରିତ୍ର ବ୍ୟାଟମ୍ୟାନ୍ରୁ ଓହରିଥିବା ବେନ୍ ଆଫ୍ଲେକ୍ ନିଜର ଆଗାମୀ ଫିଲ୍ମରେ ଜଣେ ଡିଟେକ୍ଟିଭ୍ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଟ୍ବିଟ୍ଟର ଜରିଆରେ ନିଜେ ଆଫ୍ଲେକ୍ ଏହି ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । ଫିଲ୍ମଟିର ନାମ ହିପ୍ନୋଟିକ୍ ରଖାଯାଇଥିବା ବେଳେ ଏହା ଆକ୍ସନ୍/ଥ୍ରୀଲର ଶ୍ରେଣୀର ବୋଲି ଦୁଇ ଥର ଓସ୍କାର ବିଜୟୀ ଆଫ୍ଲେକ୍ ସୂଚନା ଦେଇଛନ୍ତି । ରବର୍ଟ ରଡ୍ରିଗ୍ବେଜ୍ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ ଫିଲ୍ମଟି ଏକ ବ୍ୟାଙ୍କ ଲୁଟ୍ ପୃଷ୍ଠଭୂମି ଉପରେ ଆଧାରିତ ବୋଲି ଜଣାପଡିଛି । ରବର୍ଟ ରଡ୍ରିଗ୍ବେଜ୍ ପୂର୍ବରୁ ଥ୍ରୀଲର ଫିଲ୍ମ ସିନ୍ ସିଟିର ନିର୍ଦ୍ଦେଶନା ଦେଇଛନ୍ତି । ଏପ୍ରିଲ୍ 2020ରୁ ଏହି ଫିଲ୍ମର ସୁଟିଂ ଆରମ୍ଭ କରାଯିବ ବୋଲି ଜଣାପଡିଛି ।