ବହୁ ଚର୍ଚ୍ଚିତ ଅଯୋଧ୍ୟା ବିବାଦ ମାମଲାର ସୁପ୍ରିମ୍କୋର୍ଟଙ୍କ ଐତିହାସିକ ଶୁଣାଣି ପରେ ରାମ ମନ୍ଦିର ନିର୍ମାଣ ହେବା ନେଇ ରାସ୍ତା ସଫା ହୋଇଯାଇଛି । ସୁପ୍ରିମ୍କୋର୍ଟଙ୍କ ଏହି ଶୁଣାଣି ପରେ ରାଜନୈତିକ ବ୍ୟକ୍ତିବିଶେଷ ଏହି ନିଷ୍ପତ୍ତିକୁ ସମର୍ଥନ କରି ଦେଶରେ ଶାନ୍ତି ବ୍ୟବସ୍ଥା କାଏମ ରଖିବାକୁ ଅପିଲ୍ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ନିଜର ପ୍ରତିକ୍ରିୟା ରଖିଛି । ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ସମ୍ମାନ କରିବା ସହିତ ଦଳର ପ୍ରବକ୍ତା ରଣଦୀପ ସୁର୍ଜେଓ୍ବାଲା କହିଛନ୍ତି ଯେ, ମନ୍ଦିର ନିର୍ମାଣ ନେଇ ଦଳ ସମର୍ଥନ ଜଣାଉଛି । ଉଚ୍ଚତମ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି ମନ୍ଦିର ନିର୍ମାଣ ପାଇଁ ରାସ୍ତା ଫିଟିଥିବାବେଳେ ଏହାକୁ ନେଇ ବିଜେପି ତଥା ଅନ୍ୟମାନଙ୍କ ରାଜନୀତିକରଣ କରିବାର ବାଟ ବନ୍ଦ ହୋଇଯାଇଛି । ସେହିପରି ରାଷ୍ଟ୍ରୀୟ ଜନତା ଦଳ ତେଜସ୍ବୀ ଯାଦବ କହିଛନ୍ତି ଯେ, ଅଯୋଧ୍ୟା ମାମଲାର ନିଷ୍ପତ୍ତି ସର୍ବମାନ୍ୟ, କିନ୍ତୁ ରାଜନୈତିକ ଦଳଙ୍କୁ ମନ୍ଦିର ମସଜିଦ୍ ନିର୍ମାଣ କରିବାଠୁ ଭଲ ସ୍କୁଲ , କଲେଜ ଓ ହସ୍ପିଟାଲ୍ ନିର୍ମାଣ କରିବା ଉଚିତ୍ ।