ଅଯୋଧ୍ୟା ଜମି ବିବାଦକୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ ଶନିବାର ଐତିହାସିକ ରାୟ ପ୍ରକାଶ ପାଇବା ପରେ ଏବେ ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଉଛି। ରାଷ୍ଟୀୟ ସ୍ବୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଏହି ରାୟକୁ ସ୍ବାଗତ ଜଣାଇ କହିଛନ୍ତି ଯେ, ଏବେ ଆମେ ପୁରୁଣା ଲଢେଇ ଝଗଡା ଭୁଲି ଭବ୍ୟ ରାମମନ୍ଦିର ନିର୍ମାଣ କରିବା ଉଚିତ୍ । ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଏହି ମାମଲାର ରାୟରେ ଦେଶର ଜନଭାବନା ଓ ଆସ୍ଥାକୁ ନ୍ୟାୟ ମିଳିଛି ବୋଲି ସେ କହିଛନ୍ତି। ଏହି ନିଷ୍ପତ୍ତିକୁ କୌଣସି ବିଜୟ ବା ପରାଜୟ ଦୃଷ୍ଟିକୋଣରୁ ଦେଖିବା ଉଚିତ୍ ନୁହେଁ ବୋଲି କହିଛନ୍ତି ଭାଗବତ । ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ଆହ୍ବାନ ଦେଇଛନ୍ତି ଭାଗବତ। ସେହିପରି ଉଚ୍ଚତମ ନ୍ୟାୟାଳୟଙ୍କ ମସଜିଦ୍ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମୋହନ ଭାଗବତ । ଭାରତର ନାଗରିକ ଭାରତୀୟ ଅଟନ୍ତି ହିନ୍ଦୁ କି ମୁସଲମାନ୍ ନୁହଁନ୍ତି ବୋଲି କହିଛନ୍ତି।