ଦୀର୍ଘ ସତୁରୀ ବର୍ଷର ପ୍ରତୀକ୍ଷା ପରେ ଆଜି ଶିଖ୍ ସମ୍ପ୍ରଦାୟର ଆଶା ପୂରଣ ହୋଇଛି । ଶିଖ୍ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ କର୍ତ୍ତାରପୁର ସାହିବ କରିଡରକୁ ଆଜି ଭାରତୀୟ ଶିଖ୍ ଶ୍ରଦ୍ଧାଳୁମାନଙ୍କୁ ପାଇଁ ଖୋଲାଯାଇଛି । ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି । କର୍ତ୍ତାରପୁର କରିଡରର ଉଦଘାଟନ୍ କରିବା ଅବସରରେ ମୋଦି କହିଛନ୍ତି, ଦେଶକୁ କର୍ତ୍ତାରପୁର ସାହିବ କରିଡର ସମର୍ପିତ କରିବା ତାଙ୍କର ସୌଭାଗ୍ୟ ଅଟେ । ଏହା ସହ ଦେଶ ଦୁନିଆର ସମସ୍ତ ଶିଖ୍ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ନରେନ୍ଦ୍ର ମୋଦି । ଏହି ଉଦ୍ଘାଟନୀ ଉତ୍ସବରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସମେତ ସାଂସଦ, ମନ୍ତ୍ରୀ ଓ ବିଧାୟକଗଣ ଉପସ୍ଥିତ ରହିଥିଲେ ।