ସମୀକ୍ଷା ବ୍ୟୁରୋ
ଶେଷରେ ସମୟ ସୀମା 4 ଘଣ୍ଟା ବାକି ଥିବା ବେଳେ ମହାରାଷ୍ଟ୍ର ରାଜ୍ୟପାଳ ବି.ଏସ କୋସାୟାରୀ ବିଜେପି ଦଳକୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି। ଯେହେତୁ ବିଜେପି ବର୍ତ୍ତମାନ ସର୍ବ ବୃହତ ଦଳ ସେଥିପାଇଁ ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରାଯାଇଛି ବୋଲି ରାଜଭବନ ସୁତ୍ରରୁ ଜଣାପଡିଛି। ଗତ ଅକ୍ଟୋବର 24 ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲେ ମଧ୍ୟ ବିଜେପି ଓ ଶିବସେନା ମେଣ୍ଟ ମଧ୍ୟରେ ଫାଟ ଯୋଗୁଁ ସରକାର ଗଠନ ହୋଇପାରୁ ନାହିଁ। ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ପଚାଶ ପଚାଶ ପଦ୍ଧତିରେ କରିବା ପାଇଁ ବିଜେପିକୁ ଦାବୀ କରି ଆସୁଛି। ହେଲେ ସେଥିରେ ବିଜେପି ତରଫରୁ କୌଣସି ସବୁଜ ସଙ୍କେତ ପ୍ରଦାନ କରାଯାଉ ନାହିଁ। ଯେ ପର୍ଯ୍ୟନ୍ତ ବିଜେପି ଏହି ପଚାଶ ପଦ୍ଧତିରେ ରାଜି ନ ହୋଇଛି ସେ ପର୍ଯ୍ୟନ୍ତ ସରକାର ଗଠନରେ ଶିବସେନା ସାହାର୍ଯ୍ୟ କରିବ ନାହିଁ ବୋଲି ଦଳ ଘୋଷଣା କରିଛି। ଏହି ବିବାଦ ଦୀର୍ଘ ଦିନ ଧରି ଲାଗି ରହିଥିବାରୁ ମହାରାଷ୍ଟ୍ରରେ କିଏ ସରକାର ଗଠନ କରିବ ସେ ନେଇ ସନ୍ଦେହ ଲାଗି ରହିଛି। ବର୍ତ୍ତମାନ ବିଜେପି ସରକାର ଗଠନ କରିବା ପରେ ଶିବସେନାର ଆଭିମୁଖ୍ୟ କଣ ହେବ ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ।