ଭ୍ରମଣକାରୀ ବାଂଲାଦେଶ ଓ ଘରୋଇ ଭାରତୀୟ କ୍ରିକେଟ୍ ଦଳ ମଧ୍ୟରେ ଖେଳାଯାଉଥିବା ଟି 20 ସିରିଜ୍ର ତୃତୀୟ ତଥା ନିର୍ଣ୍ଣାୟକ ଆଜି ନାଗପୁରରେ ଖେଳାଯିବ। ଏହି ମ୍ୟାଚ୍ ଜିତି ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟ ଦଳ । ଭାରତ ଓ ବାଂଲାଦେଶ ଗୋଟିଏ ଲେଖାଏଁ ମ୍ୟାଚ୍ରେ ବିଜୟୀ ହୋଇଥିବାରୁ ଏହି ମ୍ୟାଚ୍ଟି ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ସିରିଜ୍ର ପ୍ରଥମ ମ୍ୟାଚ୍ରେ ବାଂଲାଦେଶ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍ରେ ଭାରତୀୟ ଦଳ ବିଜୟୀ ହୋଇ ସିରିଜ୍କୁ 1-1 ସ୍ଥିତିକୁ ଆଣିଥିଲା । ମନୀଷ ପାଣ୍ଡେ, ସଞ୍ଜୁ ସାମସନ୍ ଓ ରାହୁଲ ଚହର୍ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ମ୍ୟାଚ୍ ଖେଳିନଥିବା ବେଳେ ତୃତୀୟ ମ୍ୟାଚ୍ରେ ରାହୁଲ୍ ଏବଂ ଖଲିଲ୍ ଅହମଦ୍ଙ୍କ ସ୍ଥାନରେ ଦୁଇଟି ପରିବର୍ତ୍ତନ କରିପାରନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା ।