ମହାରାଷ୍ଟ୍ରରେ ସରକାରକୁ ନେଇ ଚାଲିଥିବା ମହାନାଟକ ଭିତରେ ଶିବସେନା ଆଜି ଭାରତୀୟ ଜାତୀୟ କଂଗ୍ରେସ ଦଳକୁ ନେଇ ନିଜର ମତ ବଦଳାଇଛି । କଂଗ୍ରେସ ଶତ୍ରୁ ନୁହେଁ ବୋଲି କହିଛି ଶିବସେନା।ଇତିମଧ୍ୟରେ ଶିବସେନା ଓ ବିଜେପି ମଧ୍ୟରେ ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀତ୍ବକୁ ନେଇ ଝଗଡ଼ାର ଅବସାନ ଘଟିନଥିବାବେଳେ ଆଜି ଶିବସେନା ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଶିବସେନାର ନେତା ସଞ୍ଜୟ ରାଉତ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଯେ, ଶିବସେନା ସରକାର ଗଢିବାର ଦାୟିତ୍ବ ନେବାକୁ ପ୍ରସ୍ତୁତ ଅଛି। ଏତଦ୍ବ୍ୟତୀତ ଶିବସେନା କଂଗ୍ରେସ ପ୍ରତି ନିଜର ବିଚାରଧାରାକୁ ମଧ୍ୟ ସ୍ପଷ୍ଟ କରି କହିଛି ଯେ, କଂଗ୍ରେସ ସହିତ ରାଜନୈତିକ ମତଭେଦ ରହିଛି, କିନ୍ତୁ କଂଗ୍ରେସ ରାଜ୍ୟର ଶତ୍ରୁ ନୁହେଁ । ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢିଥିବା ଶିବସେନା ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀତ୍ବ ଦାବି କରି ନିଜ ଜିଦ୍ରେ ଅଡି ବସିବାରୁ ଏବେ ଶିବସେନା ବିନା ବିଜେପି ସରକାର ଗଠନ କରିବାକୁ ଯାଉଛି।