ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଚଳାବସ୍ଥା ଜାରି ରହିଥିବା ବେଳେ ସରକାର ଗଠନ ନେଇ ମତ ରଖିଛନ୍ତି କଂଗ୍ରେସ ନେତା ମିଲିନ୍ଦ ଦେଓରା । ବିଜେପି ଏବଂ ଏନ୍ସିପି ମଧ୍ୟରେ ମେଣ୍ଟ ବିଫଳ ହୋଇଥିବା ବେଳେ ରାଜ୍ୟପାଳ ବର୍ତ୍ତମାନ କଂଗ୍ରେସ-ଏନ୍ସିପି ମେଣ୍ଟକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା ଉଚିତ୍ ବୋଲି ଦେଓରା କହିଛନ୍ତି । ନିର୍ବାଚନୀ ଫଳାଫଳ ପରେ 15 ଦିନ ଅତିକ୍ରାନ୍ତ ହୋଇ ସାରିଲାଣି । ସଂଖ୍ୟା ଗରିଷ୍ଠତା ସତ୍ତ୍ବେ ମଧ୍ୟ ବିଜେପି ଶିବସେନା ସରକାର ଗଠନରେ ବିଫଳ ହୋଇଥିବାରୁ ରାଜ୍ୟପାଳ ଭଗତ ସିଂ କୋସ୍ୟାରୀ ଏନ୍ସିପି-କଂଗ୍ରେସ ମେଣ୍ଟକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା ଉଚିତ୍ ବୋଲି ଦେଓରା କହିଛନ୍ତି ।