ସମୀକ୍ଷା ବ୍ୟୁରା
ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ଅଷ୍ଟପ୍ରହର ନାମ ଯଜ୍ଞ ବହୁ ଆଡମ୍ବରରେ ଅନୁଷ୍ଠିତ ହେଉଅଛି। ଆସନ୍ତାକାଲି ଏହି ଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ। ଗତକାଲି ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଗ୍ରାମ ପରିକ୍ରମା ସହ ବିରାଟ କଳସ ଶୋଭାଯାତ୍ରା କରାଯାଇଥିଲା। ଗ୍ରାମର ପୁଷ୍କରିଣୀରୁ କଳସରେ ଜଳ ସଂଗ୍ରହ କରି ଶୋଭାଯାତ୍ରା କରି ଅଧିବାସ ସ୍ଥଳକୁ ନିଆଯାଇଥିଲା। ଗ୍ରାମର ଏହି ଉତ୍ସବ ଦେଖିବା ପାଇଁ ବହୁତ ଭିଡ଼ ଦେଖିବାକୁ ମିଳିଛି।
ବାଣପୁର ଏବଂ ବାଲୁଗାଁ ଅଂଚଳରୁ ଅନେକ ଗୁଡିଏ ଗାଁରୁ ଉତ୍ସବକୁ ଦେଖିବା ତଥା ମହାପ୍ରଭୁ ପତିତପାବନଙ୍କ ଦର୍ଶନ ପାଇଁ ଲୋକଙ୍କ ରୁଣ୍ଡ ହେବାରେ ଲାଗିଛି। ସେଥିପାଇଁ ବାହାରୁ ଆସୁଥିବା ଅତିଥିମାନଙ୍କ ପାଇଁ ଗାଁ ତରଫରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି। ଅତିଥିମାନଙ୍କ ପାଇଁ ଜଳପାନର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ୟଏହି ଯଜ୍ଞର ପୂର୍ଣ୍ଣାହୁତି ପରେ ନଗରକୀର୍ତ୍ତନ କରାଯିବ । ଏହି ଅବସରରେ ହଜାର ହଜାର ଅତିଥିଙ୍କ ପାଇଁ ପ୍ରସାଦ ସେବନ କରିବାର ବ୍ୟବସ୍ଥା ମଧ୍ୟ ରହିଛି।