ତେଲୁଗୁ ଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହିତ ଆଗାମୀ ଦିନରେ ତିନି ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ । ଏହା କୌଣସି ଫିଲ୍ମ ପାଇଁ ନୁହେଁ ବରଂ ଗୋଆରେ ଅନୁଷ୍ଠିତ ଆଇଏଫ୍ଏଫ୍ଆଇର 50 ତମ ବର୍ଷ ପୂର୍ତ୍ତି ଅବସରରେ । ଦକ୍ଷିଣ ଭାରତୀୟ ଫିଲ୍ମର ଟ୍ରେଣ୍ଡସେଟର ରହିଥିବା ବିଜୟ ଦେବରକୋଣ୍ଡାଙ୍କ ସହିତ ତିନି ଅଭିନେତ୍ରୀ ରକୁଲ ପ୍ରୀତ ସିଂ, ରଶ୍ମିକା ମନ୍ଦାନା ଏବଂ ନିତ୍ୟା ମେନନଙ୍କ ସହିତ ଏକତ୍ର ନଜର ଆସିବେ । ଏହି ଚାରି ଜଣ ଫିଲ୍ମ ସମୀକ୍ଷକ ଅନୁପମା ଚୋପ୍ରାଙ୍କ ସହିତ ନଭେମ୍ବର 27 ତାରିଖରେ ଏକ ଆଲୋଚନାରେ ଅଂଶଗ୍ରହଣ କରିବେ । ସେହିପରି ଦକ୍ଷିଣ ଭାରତୀୟ ସିନେ ସମୀକ୍ଷକ ଭରଦ୍ବାଜ ରଙ୍ଗନଙ୍କ ସହିତ ନିତ୍ୟା ଏବଂ ରଶ୍ମିକା 28 ତାରିଖରେ ଏକ ଆଲୋଚନାରେ ଅଂଶଗ୍ରହଣ କରିବେ । ଏହି ଆଲୋଚନାରେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିବେ । ଅପ୍କମିଙ୍ଗ ଫିଲ୍ମ ଓ୍ବାର୍ଲ୍ଡ ଫେମସ୍ ଲଭରରେ ବିଜୟ ନଜର ଆସିବାକୁ ଯାଉଥିବା ବେଳେ ରକୁଲ୍ ପ୍ରୀତ୍ ମରଜାଓ୍ବାଁରେ ନଜର ଆସୁଛନ୍ତି ।