ସମୀକ୍ଷା ବ୍ୟୁରୋ
ବାତ୍ୟା ବୁଲବୁଲ ପ୍ରଭାବରେ କଣ ସବୁ କ୍ଷତି ହୋଇଛି ତାହାର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ଅପରାହ୍ନରେ ସେ ହେଲିକାପ୍ଟର ଯୋଗେ ଉପକୂଳ ଓଡିଶାରେ କଣ କ୍ଷତି ହୋଇଛି ତାହା ଆକାଶ ମାର୍ଗରୁ ଦେଖିବେ। ଏହାପରେ ସଂଧ୍ୟାରେ ଲୋକସେବା ଭବନରେ ଏହି କ୍ଷୟକ୍ଷତି ଉପରେ ସମୀକ୍ଷା କରିବେ। ବାତ୍ୟା ବୁଲବୁଲ ଓଡିଶା ଉପକୂଳକୁ ସ୍ପର୍ଶ କରି ନ ଥିଲେ ମଧ୍ୟ ଏହାର ପ୍ରଭାବରେ ପ୍ରଭୃତ କ୍ଷତି ଘଟିଛି। ମୁଖ୍ୟତଃ କେନ୍ଦ୍ରାପଡା, ବାଲେଶ୍ବର, ଯାଜପୁର ପ୍ରଭୃତି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ଥିଲା। ଫଳରେ ସେ ଅଞ୍ଚଳର ଅନେକ ସ୍ଥାନରେ ଗଛ ଉପୁଡି ପଡିବା ସହିତ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ପଡିଛି। ଦୁଇ ଦିନ ଧରି ଓଡ୍ରାଫସ ଏନଡିଆରଏଫ, ଅଗ୍ନିଶମ କର୍ମଚାରୀମାନେ କାମ କରି ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଚେଷ୍ଠା କରୁଛନ୍ତି। ତେବେ ଏ ପର୍ଯ୍ୟନ୍ତ ସେଥିରେ ସୁଧାର ଆସି ନାହିଁ।