ସିଗ୍ନାଲ ଫେଲ ହେବା କାରଣରୁ ହାଇଦ୍ରାବାଦ କାଚେଗୁଡା ଷ୍ଟେସନରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ପ୍ରାୟ 10.30ରେ ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ ଜଣଙ୍କର ପ୍ରାଣହାନି ଘଟଥିବା ବେଳେ 20 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ରେଲୱେ କର୍ମଚାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସିଗ୍ନାଲରେ ତ୍ରୁଟି କାରଣରୁ କର୍ଣ୍ଣୁଲରୁ ଆସୁଥିବା ହୁଣ୍ଡ୍ରି ଏକ୍ସପ୍ରେସ ଏବଂ ଏମ୍ଏମ୍ଟିଏସ୍ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ରେଳମନ୍ତ୍ରୀ ପୀୟୁଷ ଗୋୟଲ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତର ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଆହତଙ୍କୁ ରେଳବାଇ ପକ୍ଷରୁ ମାଗଣା ଚିକିତ୍ସା ପ୍ରଦାନ କରାଯିବ ବୋଲି ପୀୟୁଷ ଗୋୟଲ ଟ୍ବିଟ୍ କରିଛନ୍ତି ।