ଚୀନ୍ ଅଟୋ ମୋବାଇଲ୍ କମ୍ପାନୀ ଗ୍ରେଟ୍ ଓ୍ବାଲ୍ ମୋଟର୍ସ ଭାରତରେ 7 ହଜାର କୋଟିର ନିବେଶ କରିବାକୁ ଯାଉଛି । ଗ୍ରେଟ୍ ଓ୍ବାଲ୍ ମୋଟର୍ସର ସହଯୋଗୀ କମ୍ପାନୀ ହାଭାଲ୍ ମୋଟର୍ସ ଇଣ୍ଡିଆ ଅକ୍ଟୋବରରେ ଭାରତରେ ନିଜର କମ୍ପାନୀ ମୁଖ୍ୟାଳୟ ନୋଇଡାରେ ପ୍ରତିଷ୍ଠା କରିଥିଲା । ଗୁରୁଗାଓଁରେ କମ୍ପାନୀର ପ୍ରଥମ ୟୁନିଟ୍ ସ୍ଥାପନ କରାଯିବାର ଯୋଜନା ରହିଛି । ନୂତନ ୟୁନିଟ୍ ସ୍ଥାପନ କରିଲେ ବର୍ତ୍ତମାନର ନିୟମ ଅନୁଯାୟୀ ମାତ୍ର 15 ପ୍ରତିଶତର କର୍ପୋରେଟ୍ ଟିକସ୍ ପ୍ରଦାନ କରିବାକୁ ପଡିବ । କମ୍ପାନୀ ପକ୍ଷରୁ ଗୁରୁଗାଓଁ ବ୍ୟତୀତ ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁର ବିଭିନ୍ନ ସ୍ଥାନରେ ଜମି ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କମ୍ପାନୀ ପକ୍ଷରୁ ପତ୍ର ଲେଖାଯାଇଛି ।