ଶିବସେନା ସାଂସଦ ସଞ୍ଜୟ ରାଉତ ଛାତି ଯନ୍ତ୍ରଣା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅପରାହ୍ନ 3.30 ମିନିଟ୍ ସମୟରେ ଛାତି ଯନ୍ତ୍ରଣା କାରଣରୁ ରାଉତଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁଇ ଦିନ ପୂର୍ବରୁ ରାଉତ ଲୀଲାବତୀ ହସ୍ପିଟାଲକୁ ନିଜର ଚିକିତ୍ସା ପାଇଁ ଯାଇଥିବା ଜଣାପଡିଛି । ଡ. ଜଲିଲ୍ ପାର୍କର ରାଉତଙ୍କ ଚିକିତ୍ସା କରୁଛନ୍ତି । ହସ୍ପିଟାଲରେ ଡାକ୍ତର ସଞ୍ଜୟଙ୍କ ଆଞ୍ଜିଓଗ୍ରାଫି କରିଛନ୍ତି ।