ସୋମବାର ମହାରାଷ୍ଟ୍ର ରାଜନୀତିରେ ଏକାସଙ୍ଗରେ ଅନେକ ମୋଡ଼ ଆସିଛି । ସରକାର ଗଠନ ପାଇଁ ଶିବସେନାର ଅନୁରୋଧକୁ ରାଜ୍ୟପାଳ ପ୍ରତ୍ୟାଖ୍ୟାନ କରିବା ସହିତ ଏନ୍ସିପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରାଯାଇଛି । ବିଜେପି ଶିବସେନା ମେଣ୍ଟ ବିଫଳ ହେବା ପରେ ବିଜେପି ସରକାର ଗଠନରୁ ନିବୃତ ରହିଥିଲା । ରାଜ୍ୟପାଳ ଭଗତ ସିଂହ କୋସ୍ୟାରୀ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ । ମାତ୍ର ଶିବସେନା ପକ୍ଷରୁ ସୋମବାର ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି 48 ଘଣ୍ଟାର ସମୟ ମଗାଯାଇଥିବା ବେଳେ ରାଜ୍ୟପାଳ ଏହାକୁ ଖାରଜ କରି ଦେଇଥିଲେ । ଏହାପରେ ରାଜ୍ୟପାଳଙ୍କ ପକ୍ଷରୁ ତୃତୀୟ ବୃହତ ଦଳ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରାଯାଇଛି । ମଙ୍ଗଳବାର ରାତି 8.30 ପର୍ଯ୍ୟନ୍ତ ଶିବସେନାକୁ ସରକାର ଗଠନର ସମୟ ଦିଆଯାଇଛି । ଏନ୍ସିପି ନେତା ଅଜିତ ପଓ୍ବାର ରାଜ୍ୟପାଳଙ୍କୁ ଭେଟିବା ପରେ ଏହି ସୂଚନା ପ୍ରଦାନ କରିଥିଲେ ।