ଗତକାଲି କେନ୍ଦ୍ର କ୍ୟାବିନେଟ୍ରୁ ଇସ୍ତଫା ପ୍ରଦାନ କରିଥିବା ଶିବସେନା ନେତା ଅରବିନ୍ଦ ଗଣପତ ସାଓ୍ବନ୍ତଙ୍କ ଇସ୍ତଫାପତ୍ରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଏ ନେଇ ସୂଚନା ପ୍ରଦାନ କରାଯାଇଛି । ଏହା ସହିତ ସାଓ୍ବନ୍ତଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ର ପ୍ରକାଶ ଜାଭଡେକରଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ପରିବେଶ ମନ୍ତ୍ରାଳୟ ଦାୟିତ୍ବରେ ରହିଥିବା ଜାଭଡେକର ଅତିରିକ୍ତ ଭାବରେ ଭାଶିଶିଳ୍ବ ବିଭାଗର ଦାୟିତ୍ବ ସମ୍ଭାଳିବେ । ଉଲ୍ଲେଖଯୋଗ୍ୟ ଯେ, ସାଓ୍ବନ୍ତ ଏକମାତ୍ର ଶିବସେନା ସାଂସଦ ଭାବରେ କ୍ୟାବିନେଟ୍ ପାହ୍ୟା ହାସଲ କରିଥିଲେ । ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଉଭୟ ଦଳ 30 ବର୍ଷର ସମ୍ପର୍କ ବିଛିନ୍ନ କରିବା ପରେ ସାଓ୍ବନ୍ତ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ ।