ମୁମ୍ବାଇ-ବଲିଉଡ୍ର ବୁଲ୍ବୁଲ୍ ବା ସ୍ବର ସାମ୍ରାଜ୍ଞୀ ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ଲୋକପ୍ରିୟ ପ୍ରଚ୍ଛଦ ପଟ୍ଟ ଗାୟିକା ଲତା ମଙ୍ଗେସକର୍ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ତାଙ୍କୁ ଗତକାଲି ମୁମ୍ବାଇର ବ୍ରୀଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ଅଛନ୍ତି । ସେ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି । ଗତକାଲି ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଆଇସିୟୁରେ ଲାଇଫ୍ ସପୋର୍ଟ ସିଷ୍ଟମ୍ରେ ରଖାଯାଇଥିଲା। ଡାକ୍ତରଙ୍କ ସୂଚନାନୁସାରେ, ଲତାଙ୍କୁ ନିମୋନିଆ ହୋଇଛି। ଏପରିକି ତାଙ୍କ ବାମ ବ୍ରେଟିକୁଲାର ଫେଲ ହୋଇଯାଇଛି । ତେବେ ସଦ୍ୟତମ ସୂଚନା ଅନୁସାରେ ତାଙ୍କ ସ୍ଥାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବାବେଳେ ଅବସ୍ଥା କିନ୍ତୁ ଗମ୍ଭୀର ରହିଛି । ଇନ୍ଦୋରର ଏକ ମରାଠୀ ପରିବାରରେ ଭାରତର ଏହି ଅପ୍ରତିଦ୍ୱନ୍ଦୀ ଗାୟିକା ୧୯୨୯ ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ। ସୁର ସମ୍ରାଜ୍ଞୀ ଲତା ଭାରତ ରତ୍ନ, ପଦ୍ମବିଭୂଷଣ, ଦାଦା ସାହେବ ଫାଲକେ ଆୱାର୍ଡ, ମହାରାଷ୍ଟ୍ର ଭୂଷଣ ଆୱାର୍ଡ ଆଦି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେ ୨୦ରୁ ଉର୍ଦ୍ଧ୍ୱ ଭାଷାରେ ଗୀତ ଗାଇଛନ୍ତି।୧ ହଜାରରୁ ଅଧିକ ଚଳଚିତ୍ରରେ ଗୀତ ଗାଇଛନ୍ତି ଲତା।