ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମଧ୍ୟରେ ବିବାଦ ପରେ ବର୍ତ୍ତମାନ ଝାରଖଣ୍ଡରେ ଦଳକୁ ସମାନ ପରସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି । ଝାରଖଣ୍ଡ ନିର୍ବାଚନ ପୂର୍ବରୁ ଚିରାଗ ପାଶ୍ବାନଙ୍କ ଦଳ ଲୋକ ଜନଶକ୍ତି ପାର୍ଟି ବିଜେପିର ହାତ ଛାଡିଛି । ଆସନ ଆବଣ୍ଟନକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଦେଖାଦେଇଥିବା ଜଣାପଡିଛି । 2014ରେ ଏଲ୍ଜେପି ମାତ୍ର ଗୋଟିଏ ଆସନରେ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲା । ବିଜେପି ପକ୍ଷରୁ ଏଲ୍ଜେପିକୁ 6ଟି ଆସନ ପ୍ରଦାନ କରାଯାଇଥିବା ବେଳେ ଚିରାଗ ପାଶ୍ବାନଙ୍କ ଦଳ 50 ଆସନରେ ପ୍ରତିଦ୍ବନ୍ଦିତା କରିବା ନେଇ ସୂଚନା ଦେଇଛି । ମଙ୍ଗଳବାର ସନ୍ଧ୍ୟାରେ ଏଲ୍ଜେପି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଜଣା ପଡିଛି । ଏହା ସହିତ ଅନ୍ୟତମ ସହଯୋଗୀ ଦଳ ଏଜେଏସ୍ୟୁ 19 ଆସନ ଦାବି କରିଥିବା ବେଳେ ବିଜେପି ପକ୍ଷରୁ 9ଟି ଆସନ ପ୍ରଦାନ କରାଯିବାର ପ୍ରସ୍ତାବ ଦିଆଯାଇଛି ।