ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର:-ଗାଁରେ ଆଉ ମନଇଚ୍ଛା ଘର କରିପାରିବେ ନାହିଁ। ଦ୍ବିତୀୟ ମହଲା ଘର କଲେ ବି ଅନୁମତି ନେବାକୁ ପଡିବ। ୫୦୦ ବର୍ଗମିଟରଠାରୁ ଅଧିକ ବା ଦୁଇ ମହଲା ଘର ତିଆରି କରିବାକୁ ପଡ଼ିଲେ ଅନୁମତି ନେବାକୁ ପଡ଼ିବ। ପଞ୍ଚାୟତ ସମିତିର ଅନୁମତି ପରେ ୨ ମହଲାରୁ ଅଧିକ ଉଚ୍ଚର ଘର ତିଆରି କରିପାରିବେ। ଯଦି ବିନା ଅନୁମତି କିମ୍ବା ସଠିକ ପ୍ଲାନିଂରେ ଘର ନକରାଯାଏ ତେବେ କଡା କାର୍ଯାନୁଷ୍ଠାନ ହେବ ବୋଲି ଗ୍ରାମ୍ୟ ଓ ନଗର ବିଭାଗ ତରଫରୁ ବିଜ୍ଞପ୍ତି ଜାରି ହୋଇଛି। ଗାଁ ହେଉ କି ସହର ଯେଉଁଠି ବି ‘ଜି ପ୍ଲସ ୨’ ଘର ନିର୍ମାଣ ହେବ ସେଠି ଅନୁମତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।