ହଲିଉଡ୍ ଅଭିନେତ୍ରୀ କ୍ରିଷ୍ଟେନ୍ ଷ୍ଟିଓ୍ବାର୍ଟ ନିଜର ଅପ୍କମିଙ୍ଗ ଫିଲ୍ମ ଚାର୍ଲିସ୍ ଏଞ୍ଜେଲ୍ସର ତୃତୀୟ ଭାଗ ପାଇଁ ଏକ ନୂଆ ଅବତାରରେ ନଜର ଆସିଛନ୍ତି । ସର୍ବଦା ନିଜର ଅଲଗା ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରହୁଥିବା କ୍ରିଷ୍ଟେନ୍ ଏହି ଫିଲ୍ମର ପ୍ରମୋସନ ପାଇଁ ପୁଣି ଥରେ ଛୋଟ କେଶରେ ନଜର ଆସିଛନ୍ତି । ସୋମବାର ରାତିରେ ଓ୍ବେଷ୍ଟଉଡ୍ର ରିଜେନ୍ସି ଭିଲେଜ୍ ଥିଏଟରରେ କ୍ରିଷ୍ଟେନ ନିଜ ନୂଆ ଗେଟ୍ ଅପ୍ରେ ଫିଲ୍ମର ପ୍ରିମିୟରରେ ନଜର ଆସିଥିଲେ ।
ଆସନ୍ତା 14 ତାରିଖରେ ଏହି ଫିଲ୍ମଟି ରିଲିଜ୍ ହେବାକୁ ଯାଉଛି । ଫିଲ୍ମରେ କ୍ରିଷ୍ଟେନ୍ଙ୍କ ବ୍ୟତୀତ ନାଓମି ସ୍କଟ୍, ଏଲ୍ଲା ବାଲିନ୍ସ୍କା ଏବଂ ହଙ୍ଗର ଗେମ୍ସ ଫେମ୍ ଏଲିଜାବେଥ୍ ବ୍ୟାଙ୍କ୍ସ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି ।