ଆସନ୍ତାକାଲି ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ଡିଜିପି ବି.କେ ର୍ଶମା। ବିଧାନସଭା ଅଧିବେଶନ କାଲିଠାରୁ ଆରମ୍ଭ ହୋଇ ଡିସେମ୍ବର ୧୯ ଯାଏଁ ଚାଲିବ। ବିଧାନସଭା ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ଏହା ସହ ପୂରା ଗାନ୍ଧି ମାର୍ଗ ସିସିଟିଭି ନଜରରେ ରହିବ । ଆନ୍ଦୋଳନକାରୀଙ୍କ ଉପରେ କଡ଼ା ନଜର ରଖାଯିବ। ସୁରକ୍ଷା ବ୍ୟବସ୍ଥା ପାଇଁ ସପ୍ତମ ବାଟାଲିୟନର ସ୍ୱତନ୍ତ୍ର ଟିମ ମୁତୟନ ରହିବେ।