ଜାମ୍ମୁକାଶ୍ମୀରର ଡୋଡା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଟ୍ୟାକ୍ସି ଖାଇ ମଧ୍ୟକୁ ଖସି ପଡ଼ିବାରୁ ୧୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଆଜି ପାହାଡିଆ ଅଂଚଳରୁ ଏକ ଟ୍ୟାକ୍ସି ଡୋଡା ଜିଲ୍ଲା ବଟୋତେ- କିସ୍ତୱାର ଜାତୀୟ ରାଜପଥରେ ଆସୁଥିଲା। ଯାତ୍ରୀ ଧାରଣା କ୍ଷମତାଠାରୁ ଟ୍ୟାକ୍ସିରେ ଅଧିକ ଯାତ୍ରୀ ଥିବାରୁ ଟ୍ୟାକ୍ସିଟି ଭାରସାମ୍ୟ ହରାଇ ପ୍ରାୟ ୨ହଜାର ଫୁଟ ଖାଇ ମଧ୍ୟକୁ ଖସି ପଡ଼ିଛି । ଘଟଣାସ୍ଥଳରେ ହିଁ ୧୬ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ୩ଜଣ ଗୁରୁତର ଥିବା ଜଣାପଡ଼ିଛି । ସଙ୍ଗେ ସଙ୍ଗେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚିଛି।