Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସନ୍ଦେହଘେରରେ ବାଣପୁର ପଲିଥିନ୍‌ ଯାଞ୍ଚ : ମହିଳା ସ୍ବେଚ୍ଛାସେବୀଙ୍କ ଦୁର୍ବ୍ୟବହାର
ଆଜିର ଖବର

ସନ୍ଦେହଘେରରେ ବାଣପୁର ପଲିଥିନ୍‌ ଯାଞ୍ଚ : ମହିଳା ସ୍ବେଚ୍ଛାସେବୀଙ୍କ ଦୁର୍ବ୍ୟବହାର

November 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ପଲିଥିନ ଯାଞ୍ଚ ଆଳରେ ସାଧାରଣ ଜନତାଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ଆସିଛି। ଏନ.ଏ.ସି କର୍ମଚାରୀଙ୍କ ପରିଚୟ ଦେଇ କିଛି ମହିଳା ସାଧାରଣ ଜନତାଙ୍କୁ ହଇରାଣ କରୁଥିବା ଦେଖିବାକୁ ମିଳୁଛି। ଏପରି ଏକ ଦୃଷ୍ଟାନ୍ତ ଆଜି ସହରରେ ଦେଖିବାକୁ ମିଳିଥିଲା। ଦ୍ବିପ୍ରହର ସମୟରେ ସହରର ପୁରୁଣା ବଜାରରେ କିଛି ମହିଳା ସ୍ବେଚ୍ଛାସେବୀ ବିଭିନ୍ନ ଦୋକାନରେ ପ୍ରବେଶ କରି ପଲିଥିନ୍‌ର ଉପସ୍ଥିତି ନେଇ ଯାଞ୍ଚ କରିଥିଲେ। ଉକ୍ତ ମହିଳା ମାନେ ନିଜକୁ ଏନ.ଏ.ସିର ଯାଞ୍ଚ ଅଫିସର ପରିଚୟ ଦେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ମହିଳା ମାନେ ସ୍ବେଚ୍ଛାସେବୀ ବୋଲି ଜଣାପଡିଥିଲା। ଯାଞ୍ଚ କରାଯାଉ ଏବଂ କରାଯିବା ଉଚିତ୍‌ ମାତ୍ର ଯେଉଁଭଳି ଭାବରେ ଏହି ଯାଞ୍ଚ କରାଯାଉଛି ତାହା ସଠିକ୍‌ ନୁହେଁ ବୋଲି ଦୋକାନୀ ମାନେ ଅଭିଯୋଗ କରିଛନ୍ତି।

ଅଧିକାରୀ ମାନେ ବିନା ପରିଚୟପତ୍ର, ନିର୍ଦେଶନାମା ପତ୍ର ଏବଂ ବିନା ଅନୁମତିରେ ଯାଞ୍ଚ କରିବା ସମ୍ପୂର୍ଣ୍ଣ ଅଯୌକ୍ତିକ ବୋଲି ଦୋକାନୀ ମାନେ କହିଛନ୍ତି। କେତେ ମାଇକ୍ରନ୍‌ର ପ୍ଲାଷ୍ଟିକ୍‌ ବ୍ୟବହାର ଯୋଗ୍ୟ ସେ ନେଇ ସାଧାରଣ ଜନତା ଆଦୌ ସଚେତନ ନଥିବା ବେଳେ ଏପରି ଅତର୍କିତ ଚଢାଉ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ବେଚ୍ଛାସେବୀଙ୍କ କାର୍ଯ୍ୟ ସାଧାରଣରେ ସଚେତନତା ସୃଷ୍ଟି କରିବା ମାତ୍ର ଏହା ବଦଳରେ ଏପରି ଗୁଣ୍ଡାରାଜ ଅଗ୍ରହଣୀୟ।

ନିକଟରେ ବାଣପୁରର ଏକ ସୁନା ଦୋକାନରୁ ନକଲି ଗ୍ରାହକର ପରିଚୟ ଦେଇ କିଛି ମହିଳା ଲୁଟ୍‌ ଉଦ୍ୟମ କରି ପୋଲିସ ହାତରେ ଧରାପଡିଥିଲେ। ଏହି ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ଏପରି ଏକ ଘଟଣା ସମ୍ମୁଖକୁ ଆସିବା ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି। ଏପରିକି ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚରା ଯାଇଥିଲେ ମଧ୍ୟ ସେ ଏହି ମାମଲାରେ କୌଣସି ସନ୍ତୋଷଜନକ ଉତ୍ତର ପ୍ରଦାନ କରି ପାରିନାହାନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଅନ୍ତର୍ଜାତୀୟ ସମବାୟ ବର୍ଷ- ୨୦୨୫ ପାଳନର ଉଦଯାପନୀ ସମାରୋହ

December 21, 2025

ରାଜ୍ୟସ୍ତରୀୟ ସର୍ଗି ଫୁଲ୍ ମହୋତ୍ସବ ୨୦୨୫ ଉଦଯାପିତ

December 21, 2025

ଡିସେମ୍ବର ୨୧ ତାରିଖ ରାଶିଫଳ, ଆଜି ୪ ଟି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ, ହୋଇପାରେ ଧନହାନୀ

December 21, 2025

ହିଜାବ ବିବାଦ: ଶେଷ ଦିନରେ ମଧ୍ୟ ଯୋଗ ଦେଲେ ନାହିଁ ଡାକ୍ତର ନୁସରତ, ବଡ଼ ନିଷ୍ପତ୍ତି ନେଲେ ସରକାର

December 20, 2025
Latest News

ଅନ୍ତର୍ଜାତୀୟ ସମବାୟ ବର୍ଷ- ୨୦୨୫ ପାଳନର ଉଦଯାପନୀ ସମାରୋହ

December 21, 2025

ରାଜ୍ୟସ୍ତରୀୟ ସର୍ଗି ଫୁଲ୍ ମହୋତ୍ସବ ୨୦୨୫ ଉଦଯାପିତ

December 21, 2025

ଡିସେମ୍ବର ୨୧ ତାରିଖ ରାଶିଫଳ, ଆଜି ୪ ଟି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ, ହୋଇପାରେ ଧନହାନୀ

December 21, 2025

ଭାରତର ଭବିଷ୍ୟତ ଅଭିବୃଦ୍ଧିର ନେତୃତ୍ୱ ନେବ ଉତ୍ତର-ପୂର୍ବ: ପ୍ରଧାନମନ୍ତ୍ରୀ

December 20, 2025

ହିଜାବ ବିବାଦ: ଶେଷ ଦିନରେ ମଧ୍ୟ ଯୋଗ ଦେଲେ ନାହିଁ ଡାକ୍ତର ନୁସରତ, ବଡ଼ ନିଷ୍ପତ୍ତି ନେଲେ ସରକାର

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.